ଶ୍ରୀନଗର : ଆତଙ୍କବାଦୀଙ୍କ ବିରୋଧରେ କ୍ରମାଗତ ଅପରେସନ ଜାରି ରଖିଛି ଭାରତୀୟ ସେନା । ଆଜି ଅପରାହ୍ନରେ ପୁଲୱାମାର ଗୁଣ୍ଡିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା ଓ ସ୍ଥାନୀୟ ପୁଲିସର ମିଳିତ ଟିମ ।
ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ କୌଣସି ସୂଚନା ମିଳିପାରି ନାହିଁ । ଚଳିତ ସପ୍ତାହରେ ସୁରକ୍ଷା ବଳ କ୍ରମାଗତ ଭାବେ ଆତଙ୍କୀ ବିରୋଧୀ ଅଭିଯାନ ଜାରି ରଖିଥିବା ବେଳେ ଗତକାଲି ୨ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ।