ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଗୋଟିଏ ପରିବାରର ୫ଜଣଙ୍କ…

ଲଖନଉ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଗୋଟିଏ ପରିବାରର ୫ଜଣଙ୍କ ଗଳାକାଟି ହତ୍ୟା କରଯାଇଛ । ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କର ୩ ସନ୍ତାନ ରହିଛନ୍ତି । ଘଟଣାସ୍ଥଳରେ ଖବର ପାଇଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନା ଅନୁସାରେ ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କର ୩ ସନ୍ତାନ ସହ ଖାଗଲପୁରରେ ଭଡାରେ ରହୁଥିଲେ । ତାଙ୍କ ପୈତୃକ ଘର କୌଶାମ୍ବିରେ ଥିଲା । ଘଟଣାସ୍ଥଳରେ ପହଞ୍ଚି ପୋଲିସ ସମସ୍ତ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛି ।

ତେବେ ସ୍ତ୍ରୀ ପ୍ରୀତି ଏବଂ ୩ ସନ୍ତାନଙ୍କ ଗଳା କଟାଯାଇଥିବା ବେଳେ ରାହୁଲକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିନାହିଁ ।