ଢେଙ୍କାନାଳ: ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ଆଇଏଏସ୍ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଢେଙ୍କାନାଳର ପୂର୍ବତନ ପିଡି, ଡିଆର୍ଡିଏ ସୂର୍ଯ୍ୟନାରାୟଣ ଦାସ ଏବଂ ପୂର୍ବତନ ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଢେଙ୍କାନାଳ ଭିଜିଲାନ୍ସ ସ୍ପେଶାଲ୍ ଜଜ୍ଙ୍କ ଅଦାଲତ ଗୁରୁବାର ଏହି ରାୟ ପ୍ରକାଶ କରିଛନ୍ତି। ମାମଲାରେ ପ୍ରାୟ ୯ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଥିଲା।
ଅଭିଯୋଗ ଅନୁସାରେ, ସରକାରୀ କାର୍ଯ୍ୟ ସମ୍ପାଦନ ଓ ପରିବହନ ସମ୍ବନ୍ଧୀୟ କାରବାରରେ ଅନିୟମିତତା କରାଯାଇ ସରକାରୀ ଅର୍ଥର ଅପବ୍ୟବହାର କରାଯାଇଥିଲା। ଏହାକୁ ନେଇ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ପରେ ଅଦାଲତରେ ଚାର୍ଜସିଟ୍ ଦାଖଲ ହୋଇଥିଲା।ମାମଲାରେ ଉପସ୍ଥାପିତ ପ୍ରମାଣ ଓ ସାକ୍ଷ୍ୟକୁ ବିଚାର କରି ଅଦାଲତ ତିନିଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ ଏକ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ପ୍ରଦାନ କରିଛନ୍ତି।