ହୋଟେଲରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ୪ ମୃତ

ଆମେରିକାର ଏକ ହୋଟେଲରେ ଦୁର୍ବୃତ୍ତଙ୍କ ଗୁଳିମାଡରେ….

ନୂଆଦିଲ୍ଲୀ : ଆମେରିକାର ଏକ ହୋଟେଲରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ୪ଜଣ ମୃତ ହୋଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ପୋଲିସ ମଧ୍ୟ ଏହି ଘଟଣାରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଧରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ସକାଳ ସମୟରେ ହଠାତ ହୋଟେଲରେ ଗୁଳିମାଡ କରାଯାଇଥିଲା । ଏହି ଗୁଳିମାଡରେ ଜଣ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଛନ୍ତି । ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇ ଏକ ଦୋକାନରେ ଲୁଚି ଯାଇଥିଲା । ତେବେ ଦୋକାନକୁ ସିଲ କରି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସବୁଠୁ ବଡ କଥା ହେଉଛି ଯେ ମିସିସିପି ଅଞ୍ଚଳରେ ଲଗାତର ଭାବେ ଗୁଳିକାଣ୍ଡ ଘଟଣା ବୃଦ୍ଧି ପାଉଛି । ଯାହାକୁ ନେଇ ସ୍ଥାନୀୟ ପୋଲିସ ଉପରେ ବ୍ୟବସାୟୀମାନେ ପ୍ରଶ୍ନ ଉଠାଇଛନ୍ତି ।