ଅନୁଗୁଳ: ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଅଂଚଳରେ କିଛି ଚୋରମାନେ ଗୋଟିଏ ଘରେ ପଶି ସୁନା ଗହଣା ଲୁଟିନେଲେ । ମିଳିଥିବା ସୂଚନା ମୁତାବିକ, ଚୋରମାନେ ମିଶି ପ୍ରଥମେ ଘର ଲୋକଙ୍କୁ ବାନ୍ଧି ନେଇଥିଲେ ଓ ପରେ ସେଠାରୁ ସୁନା ଗହଣା ସବୁ ଲୁଟି ନେଇଥିଲେ ।
ଘରେ ରହୁଥିବା ଶିଶୁ ଓ ମହିଳାଙ୍କ ହାତଗୋଡ଼ ବାନ୍ଧିନେଇ ଏଭଳି ଅପରାଧ କରିଛନ୍ତି । ସେହି ଘରେ କୌଣସି ପୁରୁଷ ନଥିବାବେଳେ ଏକ ବଡ ସୁଯୋଗ ମିଳିଥିଲା ସେହି ଚୋରାମାନଙ୍କୁ ଯାହାର ଫାୟଦା ସେ ଖୁବ ନେଇଥିଲେ ।
ସୂଚନା ମିଳିବା ଅନୁସାରେ ସେ ଲୁଟ୍ ହୋଇଥିବା ସୁନା ଗହଣାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହୋଇପାରେ ବୋଲି ଅନୁଆମାନ କରାଯାଉଛି । ସେଠାରୁ ଖବର ପାଇ ପୋଲିସ ତଦନ୍ତ ଜାରି କରିଛି ।
ଗତକାଲି ରାତିରେ ଅଭିଯୁକ୍ତ ବିଜୟ ଭୁତିଆଙ୍କ ଘରେ ୫ରୁ ଉର୍ଧ ଲୁଟେରାମାନେ ପଶି ଘର ଲୋକଙ୍କୁ ଧମକେଇକି ଲୁଟପାଟ କରିଥିଲେ । ସୂଚନା ରୁ ଜଣାପଡିଛି ଗତକାଲି ରାତିରେ ବିଜୟ ଭୁତିଆ ଓ ତାଙ୍କ ସ୍ତ୍ରୀ ଯୋରନ୍ଦା ମେଳା ଦେଖିବାକୁ ଯାଇଥିବାବେଳେ ଘରେ କେବଳ ଭାଇବୋହୁ ଓ ତାଙ୍କର ଛୋଟ ଛୁଆ ଥିଲେ।
ଏହି ସୁଯୋଗ ର ଫାଇଦା ନେଇ ଲୁଟେରାମାନେ ଘରେ ପଶିଯାଇ ପ୍ରଥମେ ଘର କବାଟ ଭିତରୁ ବନ୍ଦ କରିଦେଇଥିଲେ । ଚୋରମାନେ ବିଜୟଙ୍କ ଭାଇ ବୋହୂଙ୍କ ମୁହଁରେ ଟେପ୍ ବାନ୍ଧି ତାଙ୍କୁ ମାଡ଼ପିଟ କରି ସବୁ ଲୁଟିନେଇଥିଲେ ।