ବିବାହକୁ ଦୁଇ ମାସ ପୂରିନି, ପରପୁରୁଷ ସହ ଗୋଟିଏ ବେଡରେ ଥିଲେ ସ୍ତ୍ରୀ । ଏହା ଦେଖିବା ପରେ ସ୍ବାମୀଙ୍କ ମୁଣ୍ଡ କାମ କଲାନି ।ଉତ୍ତରପ୍ରଦେଶର ଝାନସୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର ।ଗତ ଜୁନ୍ ୨୪ ତାରିଖରେ ତାଙ୍କର ବିବାହ ହୋଇଥିଲା । କିନ୍ତୁ ବିବାହର କିଛି ଦିନ ପରେ ହିଁ ତାଙ୍କ ପତ୍ନୀ ତାଙ୍କୁ ଖାଦ୍ୟ କିମ୍ବା କ୍ଷୀରରେ ନିଦ ବଟିକା ମିଶାଇ ଦେଉଥିଲେ ।ସ୍ୱାମୀ ଗଭୀର ନିଦରେ ଶୋଇବା ପରେ ପତ୍ନୀ ନିଜ ପ୍ରେମୀଙ୍କୁ ଘରକୁ ଡାକୁଥିଲେ । ଏପରିକି ଅନ୍ୟ ସମୟରେ ତାଙ୍କ ସହ ଫୋନରେ ମଧ୍ୟ କଥା ହେଉଥିଲେ ।
କୌଣସି କାମରେ ବାହାରକୁ ଯାଉଛନ୍ତି ବୋଲି ସ୍ତ୍ରୀଙ୍କୁ କହି ଘରୁ ବାହାରିଥିଲେ । ମାତ୍ର ସ୍ତ୍ରୀଙ୍କୁ କିଛି ନଜଣାଇ ପୁଣିଥରେ ଶୀଘ୍ର ଘରକୁ ଫେରିଆସିଥିଲେ । ଆଉ ଫେରିବା ପରେ ଯେତେବେଳେ ସେ ବେଡରୁମ କବାଟ ଖୋଲିଲେ, ସେତେବେଳେ ପତ୍ନୀ ଏବଂ ତାଙ୍କ ପ୍ରେମୀଙ୍କୁ ଅର୍ଦ୍ଧନଗ୍ନ ତଥା ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ ।ଏପରିକି କିଛି ଭିଡିଓ ଏବଂ ଅଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଶେଷରେ ଘଟଣାର ଏମିତି ଭୟଙ୍କର ହେଲା ଯେ ଯାଇ ପହଞ୍ଚିଲା ଥାନାରେ ।