ହାଇଦ୍ରାବାଦ: ହାଇଦ୍ରାବାଦରେ ନାବାଳିକା ସହ କାରରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଉକ୍ତ ଗଣଦୁଷ୍କର୍ମରେ ରାଜନୈତିକ ଲିଙ୍କ ରହିଥିବା ସାମ୍ନାକୁ ଆସିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ରହିଥିବା ମଧ୍ୟ ଜଣାପଡିଛି । ସୂଚନାଯୋଗ୍ୟ ଯେ, ଜଣେ ନାବାଳିକାକୁ କାରରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୁଲିସ ପୂର୍ବରୁ ୨ଜଣଙ୍କୁ ଗିରଫ କରିଥିଲା । ଆଜି ଆଉ ବାକି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଛି ।