ଭୁବନେଶ୍ୱର(ଏସ୍ ନ୍ୟୁଜ): ପାତ୍ରପଡ଼ା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖଣ୍ଡଗିରିି ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଛି ।
ଉଲ୍ଲେଖଯୋଗ୍ୟ, ଖଣ୍ଡଗିରି ଥାନା ନିକଟସ୍ଥ ଡୁମୁଡୁମା ହାଉସିଂବୋର୍ଡ କଲୋନୀରେ ପରିବାର ସହ ରହୁଥିବା ଯୁବତୀ ପ୍ରିୟଙ୍କା(ଛଦ୍ମନାମ)ଙ୍କୁ ପାତ୍ରପଡାରେ ରହୁଥିବା ପପୁ ଦାସ ଏକ ତରଫା ପ୍ରେମ କରୁଥିଲେ । ପରେ ବିବାହର ପ୍ରତିଶ୍ରୁତି ଦେଇ ଅଗଷ୍ଟ ୧୦ ତାରିଖ ଦିନ କୌଶଳକ୍ରମେ ପପୁ ପ୍ରିୟଙ୍କୀଙ୍କୁ ଅପହରଣ କରି ନେଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ପପୁକୁ ଗିରଫ କରିଥିଲା। ଯୁବତୀ ଜଣକ ଉଦ୍ଧାର ହେବାପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଥିଲା।
ଅଭିଯୁକ୍ତ ପପୁ ନୟାଗଡ଼ ଜିଲ୍ଲା ଓଡଗାଁର ବୋଲି ଜଣାପଡ଼ିଛି। ସେ ଖଣ୍ଡଗିରି ଥାନା ଅଧିନସ୍ଥ ପାତ୍ରପଡାରେ ରହି ବସରେ କଣ୍ଡକ୍ଟର କାମ କରୁଥିଲେ । ଅପହରଣ ସହ ଦୁଷ୍କର୍ମ ଅଭିଯୋଗ ଆସିଥିବାରୁ ପପୁର ଡାକ୍ତରୀ ମାଇନା ପରେ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁୁ ତାକୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି ।