କହ୍ନେୟାଲାଲ ହତ୍ୟାକାଣ୍ଡ: ୯ମ ଅଭିଯୁକ୍ତ ଗିରଫ

ଜୟପୁର : ରାଜସ୍ଥାନ ମାଲଦାସ ଅଞ୍ଚଳରେ ଜଣେ ଟେଲର କହ୍ନେୟାଲାଲ ସାହୁଙ୍କ ନିର୍ମମ ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତକୁ ଧରିଛି ଏନଆଇଏ । ଏହି ଘଟଣାରେ ମୋଟ ୯ ଜଣ ଗିରଫ ହୋଇ ସାରିଲେଣି । ନବମ ଅଭିଯୁକ୍ତ ଘଟଣା ସହ ପରୋକ୍ଷ ଭାବରେ ଜଡ଼ିତ ଥିବା ନେଇ ସୂଚନା ଦେଇଛି ଏନଆଇଏ । ଗିରଫ ଅଭିଯୁକ୍ତ ରାଜସ୍ଥାନ ପ୍ରତାପଗଡ଼ ଜିଲ୍ଲାର ମୁସଲିମ୍‌ ଖାନ ବୋଲି ଜଣା ପଡ଼ିଛି ।