ମହାରାଷ୍ଟ୍ର ବିଜେପି ସରକାରଙ୍କ ଦାଗ: ମନ୍ତ୍ରୀପଦରୁ ଇସ୍ତଫା ଦେବେ ଧନଞ୍ଜୟ ମୁଣ୍ଡେ

ଦାଦାବଟି ଅସୁଲ ଅପରାଧରେ ଜଡ଼ିତ ହେବା ପରେ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପାଇଁ ଧନଞ୍ଜୟ ମୁଣ୍ଡେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ।
ଜଣେ ସରପଂଚଙ୍କ ନିକଟରୁ ୨ କୋଟି ଟଙ୍କାର ଦାଦାବଟି ନପାଇବାରୁ ମୁଣ୍ଡେଙ୍କ ସଂପର୍କୀୟ ବାଲ୍ମିକି କରାଡଙ୍କ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ପୁଲିସ ଅଭିଯୁକ୍ତ ବାଲ୍ମିକିଙ୍କୁ ଗିରଫ କରି ଜେଲକୁ ପଠାଇ ସାରିଛି । କରାଡଙ୍କ ଉପରେ ଧନଞ୍ଜୟଙ୍କ ହାତ ରହିଥିବାରୁ ସେ ଏଭଳି ଜଘନ୍ୟ ଅପରାଧ ଘଟାଇବା ପାଇଁ ସାହସ ପାଇଲା ବୋଲି କୁହାଯାଉଛି ।

08:59 AM