ନାଗପୁର: ଜଣେ ମହିଳାଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇବାରୁ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ର ନାଗପୁରରେ । ଫ୍ରେଣ୍ଡ ରିକ୍ୱେ୍ୱଷ୍ଟକୁ କେନ୍ଦ୍ର କରି ଉକ୍ତ ମହିଳାଙ୍କର କିଛି ସାଙ୍ଗ ରିକ୍ୱେ୍ୱଷ୍ଟ ପଠାଇଥିବା ଯୁବକକୁ ଛୁରୀରେ ହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବ୍ୟକ୍ତି ଜଣକ ଜଣେ ମହିଳାଙ୍କୁ ଫ୍ରେଣ୍ଡ ରିକୱେଷ୍ଟ ପଠାଇଥିଲେ । ଯାହାକୁ ନେଇ ମହିଳାଙ୍କ କିଛି ସାଙ୍ଗ ଉତ୍ତେଜିତ ହୋଇଯାଇଥିଲେ ଏବଂ ଉକ୍ତ ବ୍ୟକ୍ତିଙ୍କ ସହ ମାରପିଟ କରିଥିଲେ । ଏହାର ତିନିଦିନ ପରେ ବିବାଦ ପୁଣି ବଢ଼ିଥିଲା । ଶେଷରେ ମହିଳାଙ୍କ ସାଙ୍ଗ ମାନେ ଏକ ଛୁରୀରେ ଯୁବକଙ୍କକୁ ଆକ୍ରମଣ କରି ହତ୍ୟା କରିଥିଲେ । ନାଗପୁରର ନନ୍ଦନବନ ପୋଲିସ ଷ୍ଟେସନର ଅଧିକାରୀ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇ ତଦନ୍ତ ଚଳାଇଛି ।