ଏସଟିଏଫ ଉଦ୍ୟମରେ ଏକ ବଜ୍ରକାପ୍ତା ଉଦ୍ଧାର: ୩ ଅଟକ

ଭବାନୀପାଟଣା: ଜୟପାଟଣା ଥାନା ପଣ୍ଡିଗାଁ ଅଞ୍ଚଳରୁ ବନ ବିଭାଗ ଏବଂ ଏସଟିଏଫ ଉଦ୍ୟମରେ ଏକ ବଜ୍ରକାପ୍ତା ଉଦ୍ଧାର ହେଇଛି। ଏହି ଘଟଣାରେ ଜୟପାଟଣା ରେଞ୍ଜ ଅଫିସରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।

ସୂଚନା ଅନୁଯାୟୀ ଜୟପାଟଣା ବ୍ଲକ ଧନସୁଲି ପଞ୍ଚାୟତ ଅନ୍ତର୍ଗତ ପଣ୍ଡିଗାଁ ର ଜଣେ ଚାଷୀ ନିଜ ଜମିରେ ବଜ୍ରକାପ୍ତା ଠାବ କରିଥିଲେ। ତାକୁ ଘରକୁ ଆଣି ବିକ୍ରି ପାଇଁ କୁଆଡେ କିଛି ଲୋକଙ୍କ ସହିତ ଆଲୋଚନା କରିଥିଲେ। ହେଲେ ବିକ୍ରି ପୂର୍ବରୁ ବନବିଭାଗ ଏବଂ ଏସଟିଏଫ ଚଢ଼ାଉ କରି ବଜ୍ରକପ୍ତା କୁ ଉଦ୍ଧାର କରିବା ସହିତ ସଂପୃକ୍ତ ୩ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।