ବେଙ୍ଗାଲୁରୁ କହି ବିହାରକୁ ନେଇ ଯାଉଥିଲା ଦଲାଲ । ଧରି ପକାଇଲା ରେଳବାଇ ପୁଲିସ । ସୋମବାର ଦିନ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ନ୍ୟୁ ଜଲପାଇଗୁଡ଼ି ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ ଭିତରୁ ୫୬ ଜଣ ମହିଳାଙ୍କୁ ପୁଲିସ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ମହିଳାଙ୍କ ବୟସ ୧୮ରୁ ୩୧ ବର୍ଷ ଭିତରେ ଓ ସେମାନଙ୍କ ଘର ଜଲପାଇଗୁଡ଼ି, କୁଚବେହାର ଓ ଆଲିପୁରଦୁଆର ଜିଲ୍ଲାରେ ବୋଲି ପୁଲିସ ଜଣାଇଛି ।
କାମ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଗୋଟିଏ ସଂସ୍ଥା ସଂପୃକ୍ତ ଯୁବତୀ ଓ ମହିଳାମାନଙ୍କୁ ବେଙ୍ଗାଲୁରୁକୁ ନେବାର ବନ୍ଦୋବସ୍ତ କରୁଥିଲା । କିନ୍ତୁ ଭୁଲବଶତଃ ସେମାନଙ୍କୁ ନ୍ୟୁ ଜଲପାଇଗୁଡ଼ି-ପାଟନା ଏକ୍ସପ୍ରେସରେ ବସାଇ ଦିଆଯାଇଥିଲା । କୌଣସି ମହିଳାଙ୍କ ନିକଟରେ ଟ୍ରେନ ଟିକେଟ୍ ନଥିଲା । କିନ୍ତୁ ସେମାନଙ୍କ ହାତରେ କୋଚ୍ ନମ୍ବର ଓ ସିଟ୍ ନମ୍ବର ଷ୍ଟାମ୍ପ ମରାଯାଇଥିଲା ।