ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର, ୭ଟି ସ୍ଥାନରେ ଚଢ଼ାଉ

ରେମୁଣା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲାସ୍ତିତ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଭିଜିଲାନ୍ସ ପକ୍ଷରୁ ବିଦ୍ୟାଧର ପତିଙ୍କ କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଉଛି।

ବାଲେଶ୍ବର କୁରୁଡା ଓ ସୋର, ଭୁବନେଶ୍ୱରର ତିନୋଟି ସ୍ଥାନରେ ମଧ୍ୟ ଚଢ଼ାଉ ଚାଲିଛି। ବିଦ୍ୟାଧର ପତି ସପ୍ତାହକ ତଳେ କାର୍ଯ୍ୟରେ ଯୋଗ ଦେଇଥିଲେ ।
ଭିଜିଲାନ୍ସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଲାଗିଥିବାର ସୂଚନା ମିଳିଛି ।

ଏବେ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେ ବାବଦରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଥିବା ସମୟରେ କୁହାଯାଉଛି ବିଦ୍ୟାଧର ପତିଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ଏପରିକି ତାଙ୍କର ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଥିବା ଘରେ ଚଢ଼ାଉ ଚାଲିଥିବାର ସୂଚନା ଆସିଛି । ଏହି ବାବଦରେ ଅଧିକ ସୂଚନା ପାଇଁ ଅପେକ୍ଷା ରହିଛି ।