Robbery ବଡ଼ବିଲ: ବଡ଼ବିଲ ଥାନା ଅଞ୍ଚଳରେ ରାତିରେ ଏକ ଗୁପ୍ତ ଅପରାଧିକ ଯୋଜନାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏଠାରେ ବିଭିନ୍ନ ପେଟ୍ରୋଲ ପମ୍ପ ଓ ବ୍ୟବସାୟିକ ସଂସ୍ଥାଗୁଡିକୁ ଟାର୍ଗେଟ୍ କରି ଡକାୟତି ପାଇଁ ଯୋଜନା କରୁଥିବା ୭ ଅଭିଯୁକ୍ତଙ୍କୁ ପୁଲିସ ଏକ ଅଭିଯାନ ଚାଲାଇ ଗିରଫ କରିଛି। ଏହି ଅଭିଯୁକ୍ତମାନେ ‘ସମ୍ରାଟ ଗ୍ୟାଙ୍ଗ’ର ସଦସ୍ୟ ବୋଲି ଜଣାପଡ଼ିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ:
୧. ଟିଟୁ ପାତ୍ର (ବଡ଼ବିଲ)
୨ . ଶଙ୍କର ସାହୁ (ବଡ଼ବିଲ)
୩. ଯୋଗେନ୍ଦ୍ର କେଶରୀ (ବଡ଼ବିଲ)
୪. ବୀରେନ୍ଦ୍ର ଲୋହାର (ବଡ଼ବିଲ)
୫. ଆକାଶ ନାଏକ (ବଡ଼ବିଲ)
୬. ରାଜୁ ସ୍ବର୍ଣ୍ଣକାର (ଯୋଡ଼ା ଅଞ୍ଚଳ)
୭. ଶିବ ପାତ୍ର (ଯୋଡ଼ା ଅଞ୍ଚଳ)
ଅପରାଧୀକ ଯୋଜନାର ବିସ୍ତୃତ ବିବରଣୀ:
ଥାନା ଅଧିକାରୀ ଅଶୋକ ନାୟକଙ୍କ ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ବଡ଼ବିଲ ପୌରାଞ୍ଚଳର ୧୪ ନମ୍ବର ୱାର୍ଡ, କଳିଙ୍ଗ ଓଏମ୍ସି କର୍ମଚାରୀ କଲୋନୀର ଏକ ପରିତ୍ୟକ୍ତ ଘରରେ ଏହି ୭ଜଣ ଅଭିଯୁକ୍ତ ଡକାୟତି ପାଇଁ ଯୋଜନା କରୁଥିଲେ। ପୁଲିସ ଗୁପ୍ତ ସୂତ୍ରରୁ ସୂଚନା ପାଇ ଏକ ଟିମ୍ ରାତିରେ ଅପରିଚିତ ଘଟଣାସ୍ଥଳୀରେ ଚଢ଼ାଉ କରିଥିଲା। ସମୟରେ ଚଢ଼ାଉ କରାଯାଇଥିବାବେଳେ କେତେକ ଅନ୍ୟ ଗ୍ୟାଙ୍ଗ ଶଦସ୍ୟ ଅନ୍ଧାରର ସୁଯୋଗ ନେଇ ପଳାଇଯାଇଥିଲେ।
ଜବତ ଉପକରଣ:
ଅଭିଯୁକ୍ତମାନଙ୍କ ନିକଟରୁ ତଦନ୍ତରେ ପୁଲିସ ବିଭିନ୍ନ ଅପରାଧୀକ ସାମଗ୍ରୀ ଜବତ କରିଛି: ୧ଟି କଟୁରି, ୨ଟି ଦେଶୀ କଟୁରି, ୪ଟି ସୂତୁଲି ବୋମା, ୮ଟି ବିଅର୍ ବୋତଲ, ଦଉଡ଼ି଼ (ଦାଉ), ଲଙ୍କାଗୁଣ୍ଡ, ଦିଆଶିଲି
ଆଦି।