କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର ପଂଚାୟତ ର ଢ଼ୀପା ସାହି ନିକଟରେ ଘଟିଛି ଅଘଟଣ। ସୂଚନା ଅନୁସାରେ ଶଶୁର ପୂର୍ଣ୍ଣ ମୁଣ୍ଡା ତାଙ୍କ ବୋହୁ ଙ୍କ ସହିତ କୌଣସି କାରଣ ନେଇ ଝଗଡା ହୋଇ ଥିଲା । ଝଗଡା ପରେ ପୂର୍ଣ୍ଣ ମୁଣ୍ଡା ତାଙ୍କ ନିଜ ସ୍ତ୍ରୀ ପାଖକୁ ପଳେଇ ଥିଲେ ।
ପୂର୍ଣ୍ଣ ମୁଣ୍ଡା ତାଙ୍କ ସ୍ତ୍ରୀ ସହିତ ଗାଈ ଚରାଇ ଘରକୁ ଫେରି ନିଜ ବୋହୁ କୁ ଖାଇବା ପାଇଁ ମାଗି ଥିଲା ବେଳେ ପୁନର୍ବାର ଶଶୁର ବୋହୁ ମଧ୍ୟରେ ଝଗଡା ହୋଇ ଥିଲା । ପୂର୍ଣ୍ଣ ମୁଣ୍ଡା ଙ୍କ ପୁଅ ଶ୍ରୀକାନ୍ତ ମୁଣ୍ଡା କାମ କରି ଘରକୁ ସନ୍ଧ୍ୟା ବେଳେ ନିଶା ଶକ୍ତ ଅବସ୍ଥା ପହଂଚିବା ପରେ ତାଙ୍କ ସ୍ତ୍ରୀ ଝଗଡା ବିଷୟରେ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ମୁଣ୍ଡା କୁ କହିବାରୁ ସେ ଉତକ୍ଷିପ୍ତ ହୋଇ ଗୋଟେ ଠେଙ୍ଗା ରେ ବାପା ଙ୍କୁ ମାରିଲେ ।
ସେହି ସମୟ ରେ ଶ୍ରୀକାନ୍ତ ଙ୍କ ମା ଯେତେ ଛଡାଇ ଥିଲା ବେଳେ ତାଙ୍କୁ ମାଡ ମାରି ଥିଲେ । ସେହି ସମୟ ରେ ପୂର୍ଣ୍ଣ ମୁଣ୍ଡା ଘଟଣା ସ୍ଥଳରେ ଟଳି ପଡି ଥିଲେ । ଆଜି ଶ୍ରୀକାନ୍ତ ମୁଣ୍ଡା ସକାଳୁ ନିଜେ ଯାଇ ତୁରୁମୁଙ୍ଗା ଥାନାରେ ଆତ୍ମସମର୍ପଣ କରି ଘଟଣା ବିଷୟରେ ଥାନାରେ କହିଲା ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି । ତଦନ୍ତ ପରେ ଏହି ହତ୍ୟା କାଣ୍ଡ ପୁଅ ଏକୁଟିଆ ନା ଆଉ କେହି ଅଭିଯୁକ୍ତ ଅଛନ୍ତି ଜଣା ପଡିବ । କେନ୍ଦୁଝର ରୁ ଅଞ୍ଜନ ରଣା ଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।