ଆଫଗାନିସ୍ତାନରେ ସିରିଜ ବିସ୍ଫୋରଣ: ୯ ମୃତ

ଉତ୍ତର ଆଫଗାନିସ୍ତାନରେ ଦୁଇଟି ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ….

ନୂଆଦିଲ୍ଲୀ: ଉତ୍ତର ଆଫଗାନିସ୍ତାନରେ ଦୁଇଟି ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଅନେକ ଗୁରୁତର ଥିବା ହେତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ଆକଳନ କରାଯାଉଛି । ସୂଚନା ଅନୁସାରେ ବାଲଖ ପ୍ରଦେଶର ରାଜଧାନୀ ମଜାର-ଇ-ସରିଫରେ ଦୁଇଟି ବିସ୍ଫୋରଣ ହୋଇଛି । ସେଠାରେ ଥିବା ଦୁଇଟି ଗାଡିରେ ପ୍ରଥମେ ବିସ୍ଫୋରଣ ହୋଇଥିଲା ବୋଲି ସେଠାକାର ପୋଲିସ ମୁଖପାତ୍ର କହିଛନ୍ତି । ତେବେ ଏ ବିସ୍ଫୋରଣ ପଛରେ କୌଣସି ସଂଗଠନ ନିଜକୁ ଏ ପର୍ଯ୍ୟନ୍ତ ଦାୟୀ କରିନାହାନ୍ତି । ସେହିପରି ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳକୁ ସୁରକ୍ଷା କର୍ମୀ ସିଲ୍‌ କରିଦେଇଛନ୍ତି । ଅନ୍ୟପକ୍ଷରେ ଏହି ଅଞ୍ଚଳର ବାସିନ୍ଦା କହିଛନ୍ତି ଯେ ଶିଆ ସଂଖ୍ୟାଲଘୁ ହାଜାରା ଜାତିର ସଦସ୍ୟମାନେ ଏହାକୁ ଟାର୍ଗେଟ କରୁଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଆଫଗାନିସ୍ତାର ଏକ ମସଜିଦ ଓ ସ୍କୁଲରେ ବିସ୍ଫୋରଣ ହୋଇଥିଲା ।