ସାରା-ଭୂମି ଓ ଜାହ୍ନବୀଙ୍କୁ ଟାର୍ଗେଟ କରିଥିଲେ ମହାଠକ ସୁକେଶ

ମୁମ୍ବାଇ: ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ଆସିଛି ଆଉଏକ ବଡ ଖୁଲାସା । ଅଭିନେତ୍ରୀ ଜ୍ୟାକଲିନ ଓ ନୋରାଙ୍କ ସହ ଅଭିନେତ୍ରୀଙ୍କ ସାରା ଅଲ୍ଲି ଖାନ, ଜାହ୍ନବୀ କପୁର ଓ ଭୂମି ପେଡନେକରଙ୍କୁ ଟାର୍ଗେଟ କରିଥିଲେ ମହାଠକ ସୁକେଶ । ଏନେଇ ପ୍ରକାଶ କରିଛି ଇଡି । ଇଡି ପଚରାଉଚରା ବେଳେ ମହାଠକ ସୁକେଶ ସାରା, ଜାହ୍ନୀ ଓ ଭୂମିଙ୍କ ନାଁ କହିଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ସାରାଙ୍କୁ ସୁକେଶ ଟାର୍ଗେଟ୍‌ କରି ଏକ ହ୍ୱାଟସଆପ ମେସେଜ ପଠାଇଥିଲା । ଏହି ମେସେଜରେ ମହାଠକ ସୁକେଶ ନିଜକୁ ସୁରଜ ରେଡ୍ଡି ଭାବେ ପରିଚୟ ଦେଇଥିଲା । ସେହିପରି ଏହି ମେସେଜ ଜରିଆରେ ମହାଠକ ସାରାଙ୍କୁ ଏକ କାର ଉପହାର ଦେବାକୁ ଚାହୁଁଥିବା କହିଥିଲା । ସେହିପରି ତାଙ୍କୁ ଦାମୀ ଉପହାର ମଧ୍ୟ ଅଫର କରିଥିଲା ।

ସେହିପରି ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ମଧ୍ୟ ମହାଠକ ସୁକେଶ ନିଜ ପତ୍ନୀଙ୍କ ଜରିଆରେ ଟାର୍ଗେଟ କରିଥିଲା । ଜାହ୍ନବୀକୁ ସୁକେଶଙ୍କ ପତ୍ନୀ ୧୮ ଲକ୍ଷ ଟଙ୍କା ଦେଇଥିବା ଇଡି କହିଛି । ଅନ୍ୟପକ୍ଷରେ ଏକ ସେଲୁନର ଉଦଘାଟନ କରିବା ପାଇଁ ଜାହ୍ନବୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ଏଥିପାଇଁ ଜାହ୍ନବୀଙ୍କୁ ୧୮.୯୪ ଲକ୍ଷ ଟଙ୍କା ସୁକେଶଙ୍କ ପତ୍ନୀ ଦେଇଥିଲେ । ଏନେଇ ଜାହ୍ନବୀ ଇଡି ଆଗରେ କହିଛନ୍ତି । ସେହିପରି ମହାଠକ ସୁକେଶ ଅଭିନେତ୍ରୀ ଭୂମି ପେଡନେକରଙ୍କୁ ମଧ୍ୟ ଟାର୍ଗେଟ କରି ଏକ ବଡ ପ୍ରୋଜେକ୍ଟ ବିଷୟରେ କଥା ହେବା ପାଇଁ ଚାହୁଁଛନ୍ତି । ଏଥିସହ ସୁକେଶ ତାଙ୍କୁ ଏକ କାର ଗିଫ୍ଟ କରିବାକୁ ଚାହୁଁଥିବା ସେ ଭୂମିଙ୍କୁ କହିଥିଲେ । ପରେ ତାଙ୍କୁ ପ୍ରଜେକ୍ଟ ଏବଂ ଗାଡି ଗିଫ୍ଟ କରିବାକୁ କହିଥିବା ଭୂମିଙ୍କୁ କହିଥିଲା । ସେହିପରି ସେ ପୁଣି ଅନ୍ୟ ଏକ ନାଁରେ ସୁକେଶ ଭୂମିଙ୍କୁ ମେଜେସ କରି ଏକ ଦାମୀ ଗାଡି ଉପହାର ଦେବାକୁ ଚାହୁଁଥିବା ଇଡି ଆଗରେ କହିଛନ୍ତି ଭୂମି । କିନ୍ତୁ ସେ ମହାଠକ ସୁକେଶଠୁ କିଛି ଗିଫ୍ଟ ନେଇନଥିବା କହିଛନ୍ତି ।