ସିନେମା ଷ୍ଟାଇଲରେ ଚାଲିଥିଲା କ୍ୟାସିନୋ, ସିଲ୍ ହେଲା ପେଣ୍ଟାଗନ ହୋଟେଲ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ହାଇପ୍ରୋଫାଇଲ ଜୁଆ ଆଡ୍ଡା ପେଣ୍ଟାଗନ ହୋଟେଲ ସିଲ୍ ହୋଇଛି। ସୁନ୍ଦରୀ ଯୁବତୀ ବାଣ୍ଟୁଥିଲେ ମଦ । ଜୁଆ ଖେଳରେ ମାତିଥିଲେ ସୁନା ବ୍ୟବସାୟୀ, ବିଲଡର ଓ ରାଜଧାନୀର ହାଇପ୍ରୋଫାଇଲ ଲୋକ । ରେଡ ହେବା ପରେ ପେଣ୍ଟାଗନ ବାର ଓ ହୋଟେଲ ସିଲ୍ ହୋଇଛି । ବିଏମସି ଅନିର୍ଦ୍ଧିଷ୍ଟ କାଳ ପାଇଁ ପେଣ୍ଟାଗନ ବାରରେ ତାଲା ପକାଇଛି।
ପ୍ରକାଶ ଥାଉ କି ଗତକାଲି,କଟକ-ଭୁବନେଶ୍ବର ରୋଡର ଏକ ହୋଟେଲରେ ଚାଲିଥିଲା ହାଇ ପ୍ରୋଫାଇଲର ଜୁଆ ଆଡ୍ଡା ଉପରେ ଅଚାନକ ରେଡ ହୋଇଥିଲା। ୩ ଯୁବତୀଙ୍କ ସମେତ ୧୩ ଜଣଙ୍କୁ ଅଟକ ରଖି ଜୁଆ ଆଡ୍ଡା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲା ପୁଲିସ। ହୋଇଥିବା ଚଢାଉରେ ପୁଲିସ ୨ ଲକ୍ଷ ୫୩ ହଜାର ଟଙ୍କା ସହ ତାସ ପତା ଓ ୧୨ରୁ ଅଧିକ ମୋବାଇଲ ଫୋନ ଜବତ କରିଥିଲା। ୩ ଜଣ ଯୁବତୀଙ୍କ ସହିତ ୧୦ ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ। ସାପ୍ତାହିକ ସଟଡାଉନ ବଳବତ୍ତର ରହିଥିବା ବେଳେ ଏହାକୁ ବେଖାତିର କରି ବାର ଖୋଲିଥିଲେ ବାର କର୍ତ୍ତୃପକ୍ଷ। ବାରରେ ଚଢାଉ କରାଯିବା ପରେ ବିଏମସି ଅଧିକାରି ପୁଲିସ ପହଞ୍ଚି ବାରରେ ତାଲା ପକାଇବା ସହିତ ନୋଟିସ ଲଗାଇଛନ୍ତି।