ପୁଅ ମାଡ଼ରେ ବାପା ମୃତ

କେନ୍ଦୁଝର: ଯୋଡ଼ା ଅନ୍ତର୍ଗତ ବାଂଶପାଣି ନିକଟ ବସ୍ତିରେ ଜଣେ ଯୁବକ ତାଙ୍କ ବାପାଙ୍କୁ କାଠଫାଳିଆରେ ପିଟି ପିଟି ମାରି ଦେଇଛନ୍ତି । ମୃତକଙ୍କ ନାମ ଅଜୟ ସେଠୀ ଓ ତାଙ୍କ ବୟସ ୫୦ ବର୍ଷ । ହତ୍ୟା ଅଭିଯୁକ୍ତ ବିକାଶ ସେଠୀକୁ ପୁଲିସ ଅଟକ ରଖିଛି ।
ସୂଚନା ମୁତାବକ ବିକାଶ ଜଣେ ଯୁବତୀକୁ ବିବାହ କରିବା ପାଇଁ ଜିଦ୍ କରି ଆସୁଥିଲେ । ତାଙ୍କ ବାପାଙ୍କ ଇଛା ଥିଲା ଯେ ପୁଅ ପ୍ରଥମେ ରୋଜଗାରକ୍ଷମ ହେଲେ ବିବାହ କରାଇବେ। ମାତ୍ର ବିକାଶ କୌଣସି କାମ ଧନ୍ଦା କରୁ ନ ଥିଲା ଯାହାକୁ କେନ୍ଦ୍ର କରି ବାପା ପୁଅଙ୍କ ମଧ୍ୟରେ ଅନେକ ସମୟରେ ପାଟି ତୁଣ୍ଡ ହେଉଥିଲା ।
ରବିବାର ଦିନ ସେମାନଙ୍କ ପାଟିତୁଣ୍ଡ ଉଗ୍ର ରୂପ ନେଇଥିଲା, ବିକାଶ ରାଗି ଯାଇ ବାପାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲା । ମାଡ଼ରେ ଲହୁ ଲୁହାଣ ହୋଇଥିବା ବାପକୁ ଚିକିତ୍ସା ପାଇଁ ଟାଟାଷ୍ଟିଲ ଡାକ୍ତରଖାନାକୁ ନିଆ ଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ମୃତକ ଅଜୟ ସେଠୀଙ୍କ ସ୍ତ୍ରୀ ଗୁରୁବାରି ସେଠୀ ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ ।