ଧାନ କିଣାରେ ନାହିଁ ଅବ୍ୟବସ୍ଥା: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର (ଏସ୍ ନ୍ୟୁଜ) : ୨ ଦିନ ହେବ ରାଜ୍ୟରେ ଧାନ କିଣା ଆରମ୍ଭ ହୋଇଛି । ଧାନ କିଣାରେ କୌଣସି ଅବ୍ୟବସ୍ଥା ଦେଖା ହୋଇନାହିଁ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ଦେଇଛନ୍ତି । ସୁବ୍ୟବସ୍ଥିତ ଭାବେ ଧାନ କିଣା ଚାଲିଥିବା କଥା କହିଛନ୍ତି ଯୋଗାଣ ମନ୍ତ୍ରୀ। ଯେଉଁମାନେ ଧାନ ବିକ୍ରି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି, ସେମାନଙ୍କୁ ଟୋକନ ଦିଆଯାଇଛି ।

ଏଯାଏ ୪୬ ହଜାର ୬୦୦ ମେଟ୍ରିକ ଟନ ଧାନ ୨ ଦିନରେ କିଣାଯାଇଛି । ବରଗଡ଼,ସମ୍ବଲପୁର, କଳାହାଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । ଚଳିତ ବର୍ଷ ୭୧ ଲକ୍ଷ ମେଟ୍ରିକ ଟନ ଧାନ କିଣିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।