ଦୋକାନର ଚାବି କାଟି ଲୁଟ୍ କରିବା ବେଳେ ଧରାପଡିଲେ ଚୋର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବଜାର ଉପରେ ଥିବା ଏକ ଜେରକ୍ସ ଦୋକାନର ଚାବି କାଟି କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରୁଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା କିଛି ଯୁବକ ସେମାନଙ୍କୁ ଦେଖିବାରୁ ଚୋରମାନେ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ। ତେବେ ଯୁବକମାନେ ପିଛା କରିବାରୁ ଚୋରମାନେ ଅନ୍ଧାରର ସୁଯୋଗ ନେଇ ବାଇକ୍ ଛାଡି ଫେରାର୍ ହୋଇଯାଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାଇକ୍‌କୁ ଜବତ କରିଛି।