ରଙ୍ଗଖେଳକୁ ପ୍ରତିବାଦ କରି ପ୍ରବଳ ମାଡ଼ ଖାଇଲେ

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲିକୁ ତୀବ୍ର ବିରୋଧ କରି ଦିଲ୍ଲୀସ୍ଥିତ କୈଳାସ ଅଂଚଳର ପୂର୍ବଭାଗରେ ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ମିଳିତ ଭାବେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଖବରରୁ ପ୍ରକାଶ ଯେ ଲୋକମାନେ ପରସ୍ପରକୁ ରଙ୍ଗ ବୋଳିବା ସହିତ ଅବୀର ଫିଙ୍ଗିଥିଲେ ।

ଫିଙ୍ଗା ଯାଇଥିବା ଅବୀରରୁ କିଛି ଭାଗ ଜଣେ ପଥଚାରୀଙ୍କ ଉପରେ ପଡ଼ିଥିଲା । ତହୁଁ ପଥଚାରୀ ଜଣକ ବିରକ୍ତ ହୋଇ ରଙ୍ଗ ଫିଙ୍ଗିଥିବା ଲୋକ ସହିତ ପାଟିତୁଣ୍ଡ କରିଥିଲେ । ରଙ୍ଗ ଫିଙ୍ଗିଥିବା ଲୋକଟିକୁ ଦୃଢ଼ ସମର୍ଥନ କରି ଅନ୍ୟ ଲୋକମାନେ ଯୁକ୍ତି କରୁଥିବା ଲୋକଟିକୁ ରାସ୍ତା ଉପରେ ନିସ୍ତୁକ ମାଡ଼ ମାରିଥିଲେ । ମାମଲାରେ ପୁଲିସ ହସ୍ତକ୍ଷେପ କରିଛି ।