ମମିତା ମେହେରଙ୍କୁ ହତ୍ୟା କରିବାକୁ ଗୋବିନ୍ଦ କାହିଁକି ସାହସ କଲା?

ଭୁବନେଶ୍ୱର: (ସାକ୍‌ସୀ ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ କିପରି ହତ୍ୟା କଲା, କେମିତି ପ୍ରମାଣ ନଷ୍ଟ ପାଇଁ ଶବକୁ ପୋତିଲା ଓ ପୋଡିଲା, ତାହାର ଡେମୋ ଦେଖାଇଥିଲା । ପରେ ମହିଳା ହଷ୍ଟେଲକୁ ଯାଇ ପୋଲିସ ଅନୁଧ୍ୟାନ କରିଥିଲା । ଡେମୋ ଦେଖାଇବା ବେଳେ ଡିଆଇଜି ଦୀପକ କୁମାର, ଏସପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଉଲ୍ଲେଖଥାଉ କି, ଅନୈତିକ ସମ୍ପର୍କ ପ୍ରଘଟ ହେବା ଆଶଂକାରେ ଗୋବିନ୍ଦ ମମିତାଙ୍କୁ ଯୋଜନବଦ୍ଧ ଭାବେ ହତ୍ୟା କରିଥିବା ସ୍ୱିକାର କରିଛି । କାର ଭିତରେ ତଂଟି ଚିପି ହତ୍ୟା କରିବା ପରେ ମୃତଦେହକୁ ଷ୍ଟାଡିୟମ ଭିତରେ ଗାତ ଖୋଳି ପୋତି ଦେଇଥିଲା । ଏପରିକି ଶବକୁ ଅଧା ପୋଡି ଦେଇଥିଲା । ପୋଲିସ ଆଗରେ ସେ ଦୋଷ ସ୍ୱିକାର କରିଛି । ଏହି ଘଟଣାରେ ଗାତ ଖୋଳିଥିବା ଜେସିବି ଡ୍ରାଇଭର ରାଧେର ସଂପୃକ୍ତି ଥିବାରୁ ପୋଲିସ ତାକୁ ମଧ୍ୟ ଗିରଫ କରିଛି ।

ମମିତା ମେହେରଙ୍କୁ ହତ୍ୟା କରିବାକୁ ଗୋବିନ୍ଦ କାହିଁକି ସାହସ କଲା…..

୧. ଏକୁଟିଆ ଝିଅ। କାର ଭିତରେ ବନ୍ଦୀ। ପ୍ରତିବାଦ କରିବାର ବାଟ ବନ୍ଦ।
୨. ମାରିକି ପୋଡ଼ିଦେଲେ ପ୍ରମାଣ ନଷ୍ଟ। ୧୦ ଫୁଟ ତଳେ ପୋତିଦେଲେ କେହି ଟେର ପାଇବେନି। ଷ୍ଟାଡିୟମ କାମ ଚାଲିଛି। ଖୋଳାଖୋଳି କଥାକୁ କେହି ସନ୍ଦେହ କରିବେନି।
୩. ଝିଅର ପରିବାର ଲୋକେ ମଧ୍ୟବିତ୍ତ। ଅତି ବେଶୀରେ ପୁଲିସ ପାଖେ ଅଭିଯୋଗ କରିବେ। ପୁଲିସ ଆମର, ଏଫଆଇଆର ରଖିବେନି।
୪. ସ୍ଥିତି ଅଧିକା ଜଟିଳ ହେଲେ ଝିଅର ପରିବାରକୁ ଧମକ। ଟଙ୍କା ଦେଇ ଚୁପ କରିବାର ବିକଳ୍ପ ବି ଅଛି। ମନ୍ତ୍ରୀ ଆମ ପାଖ ଲୋକ। ଡର କାହାକୁ, ଭୟ କାହାକୁ।
୫. କଳାହାଣ୍ଡି ପଛୁଆ ଅଞ୍ଚଳ। ଖବର ଲୋକଲୋଚନକୁ ଆସିବନି। ଯଦି ବି କଥା କୁହୁଳେ, ଅନ୍ୟ ଜଣକୁ ଅପରାଧୀ ସଜାଇବା ଅତି ସହଜ। ଦିନ କେଇଟା ପରେ ମିଡ଼ିଆ ଚୁପ, ଲୋକେ ବି ଭୁଲିଯିବେ।
୬. ଓଡ଼ିଶାରେ ଏମିତି ବହୁ ଘଟଣା ଘଟୁଛି। ଇତିଶ୍ରୀ, ବେବିନା, କୁନ୍ଦୁଲି, ସ୍ମିତାରାଣୀ, ପରୀ…କେହି ବଡ଼ ବଡ଼ିଆ କଣ ଫସିଲେ। ମୁଁ ବି ଫସିବିନି।