ଜଗତସିଂହପୁର: ପାଠ ପଢିବା ବୟସରେ ଅପରାଧ କରୁଛନ୍ତି ଆଜିର ଯୁବ ସମାଜ । ମୋବାଇଲ ଆଜିକା ଯୁଗରେ ଯେତିକି ଉପକାର କରୁଛି ସେତିକି କ୍ଷତି ମଧ୍ୟ କରୁଛି । ସେହିଭଳି ଜଣେ ଯୁବକ ନିଜର ମାନସିକ ଭାର ହରାଇ ସୋମବାର ଦିନ ତାଙ୍କ ପିତା, ମା ଏବଂ ଭଉଣୀଙ୍କୁ ଏକ ପଥର ଓ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି । ଏହି ଘଟଣା ଜଗତସିଂହପୁର ସଦର ପୋଲିସ ଅଧୀନରେ ଥିବା ଜୟବାଡା ଗ୍ରାମରେ ଘଟିଛି ।
ମୃତକଙ୍କ ନାମ ପ୍ରଶାନ୍ତ ସେଠୀ, ତାଙ୍କ ପତ୍ନୀ କନକଲତା ସେଠୀ ଏବଂ ଝିଅ ରୋଜାଲିନ୍ ବୋଲି ଜଣାପଡିଛି । ଅଭିଯୁକ୍ତ ଜଣକ ପ୍ଲସ୍ ୨ ର ଛାତ୍ର ସୁର୍ଯ୍ୟକାନ୍ତ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ପୁଅର ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇଥିଲା । ରାଗରେ ରାଗିଯାଇ ପିଲାଟି ଶୋଇଥିବା ସମୟରେ ତାଙ୍କ ପରିବାର ସଦସ୍ୟଙ୍କୁ ଏକ ପଥର ଓ କାଠରେ ପିଟି ପିଟି ଜୀବନ ନେଇ ଯାଇଥିଲା । ସେମାନଙ୍କୁ ଗୋଟିଏ ପରେ ଗୋଟିଏ ହତ୍ୟା କରିବା ପରେ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଅଭିଯୁକ୍ତଙ୍କ ମାନସିକ ଅବସ୍ଥା ମଧ୍ୟ ଅସ୍ଥିର ଥିବା ଜଣାଯାଇଛି । ପୋଲିସ ତଦନ୍ତ ପରେ ମଙ୍ଗଳବାର ଅଭିଯୁକ୍ତକୁ ଗିରଫ କରିଛି ।
Next Post