ଢୋଲ ଭିତରେ କେଁ: ଅସ୍ଥିର ନେପାଳ ଓ ସୋସିଆଲ ମିଡିଆ

ଢୋଲ ଭିତରେ କେଁ: ଅସ୍ଥିର ନେପାଳ ଓ ସୋସିଆଲ ମିଡିଆ

କେବଳ ସୋସିଆଲ ମିଡ଼ିଆ ଉପରେ କଟକଣା ଲଗାଇ ଦିଆଯିବାରୁ ନେପାଳର ଲୋକମାନେ ରାସ୍ତା ଉପରକୁ ମାଡ଼ିଆସିଲେ, ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଦେଲେ । ନେପାଳର ଜନଜୀବନକୁ ନିଆଁ ଲଗାଇ ଦେଲେ ।

ୟା’ ଭିତରେ ଆଉ କିଛି କାରଣ ନାହିଁ? ମାତ୍ର ଦୁଇଦିନ ଭିତରେ ନେପାଳ ସରକାର ଥରହର । ଲୋକଙ୍କ ରାଗ ଥମିବାର ନାଁ ଧରୁନି । ଲୋକଙ୍କୁ ଶାନ୍ତ କରିବାକୁ ଯାଇ ନେପାଳ ସରକାର ସୋସିଆଲ ମିଡିଆ ଉପରକୁ କଟକଣା ହଟାଇ ଦେଇଛନ୍ତି । ତଥାପି ରାଗ କମୁନି ।

ବିଶେଷ କରି ନେପାଳ ରାଜଧାନୀ କାଠମାଣ୍ଡୁ ଅବସ୍ଥା ଅସମ୍ଭାଳ ।

ଗରମ ତେଲ କଡ଼େଇ ଉପରେ ବସିଛି ନେପାଳ । ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଭିତରୁ ଅନେକ ପ୍ରାଣ ହରାଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଇତି ମଧ୍ୟରେ କିଛି ମନ୍ତ୍ରୀ ଇସ୍ତଫା ଦେଇ ସାରିଲେଣି ।

ଉତ୍ତ୍ୟକ୍ତ ଜନତା ଏବେ କାଠମାଣ୍ଡୁ ବିମାନ ବନ୍ଦରକୁ ଚାରିପଟୁ ଘେରାଉ କରିଛନ୍ତି । ଲୋକଙ୍କ ମାନସିକତାକୁ ଦୃଷ୍ଟିରେ ରଖି ନେପାଳ ସରକାର ଏବେ ବିମାନ ବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି ।

ସରକାରଙ୍କ ଘୋଷଣା ଅନୁସାରେ ଏବେ କାଠମାଣ୍ଡୁ ବିମାନ ବନ୍ଦରରେ କୌଣସି ବିମାନ ଅବତରଣ କରିପାରିବନି କି ଉଡ଼ାଣ କରିପାରିବନି । ଏଭଳି ଅସ୍ଥିରତା ଭିତରେ ନେପାଳରେ ବସବାସ କରୁଥିବା ଭାରତୀୟ ପରିବାରଙ୍କ ମାନସିକ ସ୍ଥିତି ଅନୁମାନ କରିବା କଷ୍ଟକର ।

ବିକ୍ଷୋଭ ବନ୍ଦ ନହେବା ଯାଏ ବିମାନ ବନ୍ଦରକୁ ଚାଲୁ କରିବା ସମ୍ଭବ ନୁହେଁ । ନେପାଳରେ ରକ୍ତପାତ ପଛରେ ଚାଇନାର ହାତ ନାହିଁ ତ ?

ନେପାଳରେ ନିଅାଁ ଲଗାଇ ଭାରତକୁ ଜଳାଇବା ପାଇଁ ଚାଇନା ଅପଚେଷ୍ଟା କରୁଛି? ଏଭଳି କଲେ ଚାଇନାର କୋଉ ସ୍ୱାର୍ଥ ପୂରଣ ହେବ ?

ନେପାଳର ରାଜନୈତିକ ଅସ୍ଥିରତାର ପ୍ରତିକୂଳ ପ୍ରଭାବ ଭାରତ ସରକାରଙ୍କ ଉପରେ ପଡ଼ିବ ?

ଏସବୁ ପ୍ରଶ୍ନର ଜବାବ ଭାରତ ସରକାରଙ୍କ ପାଖରେ ଅଛି ?