ହଇଜା ରିସର୍ଚ୍ଚ ସେଂଟର ପ୍ରତିଷ୍ଠା ଦିବସ

୧୯୭୯ ଆଜିର ଦିନରେ ଭାରତର…..

୧୯୭୯ ଆଜିର ଦିନରେ ଭାରତର କୋଲକାତା (କଲିକତା) ମହାନଗରୀରେ ପ୍ରତିଷ୍ଠିତ କଲେରା ରିସର୍ଚ୍ଚ ସେଂଟର ନାମ ବଦଳାଇ ନ୍ୟାସ୍ନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ କଲେରା ଆଣ୍ଡ୍ ଇଂଟେରିକ୍ ଡିଜିଜେଜ୍ ରଖାଯାଇଥିଲା । ଅତୀତରେ ଜଳବାହିତ ସଂକ୍ରାମକ ରୋଗ ହଇଜାକୁ ମହାମାରୀ କୁହାଯାଉଥିଲା । ହଇଜା କବଳରୁ ଭାରତବାସୀଙ୍କୁ ବଂଚାଇବା ପାଇଁ ପ୍ରତିଷ୍ଠା କରାଯାଇଥିଲା କଲେରା ରିସର୍ଚ୍ଚ ସେଂଟର । ହିନ୍ଦୁ କାବ୍ୟ ‘ମହାଭାରତ’କୁ ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ କାଳୀପ୍ରସନ୍ନ ସିହ୍ନା । ସିହ୍ନା ଜଣେ ବଙ୍ଗାଳୀ ଲେଖକ ଓ ଧାର୍ମିକ ପରାୟଣ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଜନ୍ମ ୧୮୪୧ ମସିହା ଫେବୃଆରୀ ୨୩ ତାରିଖରେ ହୋଇଥିଲା । ସେହିପରି ଆଉ ଜଣେ ଯୋଗଜନ୍ମ ହେଉଛନ୍ତି ଗଡ୍ଜେ ମହାରାଜ । ୧୮୭୬ ଫେବୃଆରୀ ଆଜିର ଦିନରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଜନ୍ମିତ ଗଡ୍ଜେ ମହାରାଜ ଜଣେ ସମାଜ ସଂସ୍କାରକ ଭାବେ ଜଣାଶୁଣା । ଧନଶାଳୀ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଦୀନହୀନ ମାମୁଲି ବେଶରେ ରହିବାକୁ ପସନ୍ଦ କରୁଥିଲେ ମହାରାଜ । ଗାଁକୁ ଗାଁ ବୁଲି ସେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ପ୍ରତି ସତର୍କ ରହିବାକୁ କହୁଥିଲେ ।

ବିଶେଷ କରି ପରିମଳ ସଚେତନତା ଓ ନଦୀକୂଳ, ପୋଖରୀ ତୁଠ ସଫାସୁତରା ରଖିବାକୁ ପରାମର୍ଶ ଦେଉଥିଲେ । ନଦୀ, ଜଳାଶୟ ଅବା ପୋଖରୀରେ ଶୌଚ ପାଇଁ ବାରଣ କରୁଥିଲେ । ମଦ ବିରୋଧରେ ଜନସଚେତନତା କରୁଥିଲେ । ଆଜ ଦିନ ହିନ୍ଦି ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ମଧୁବାଳା ଇହଲୀଳା ସମ୍ବରଣ କରିଥିଲେ । ୧୯୬୯ ମସିହା ଫେବୃଆରୀ ୨୩ ତାରିଖ ଦିନ ମଧୁବାଳା ହୃଦଘାତରେ ପ୍ରାଣ ହରାଇଥିଲେ । ମାତ୍ର ୩୬ ବର୍ଷ ବୟସରେ ମଧୁବାଳା ବଲିଉଡ୍କୁ ଅଲବିଦା କଲେ । ମାତ୍ର ବଲିଉଡ୍ ଆଜି ମଧ୍ୟ ତାଙ୍କ ଅପରୂପ ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟକୁ ଝୁରୁଛି ।

୧୯୫୦ ଦଶକରେ ସର୍ବାଧିକ ପାରିଶ୍ରମିକ ଅଭିନେତ୍ରୀ ଭାବେ ମଧୁବାଳା ପରିଚିତ ଥିଲେ । ଦୁଇଦଶନ୍ଧି ଅଭିନୟ କ୍ୟାରିୟର ଭିତରେ ମଧୁବାଳା ପ୍ରାୟ ୭୩ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମଧୁବାଳାଙ୍କ ବାଲ୍ୟନାମ ଥିଲା ମମତାଜ୍ ଜେହାନ୍ ବେଗମ୍ ଦେହଲଭୀ । ୧୯୬୦ ମସିହାରେ ସେ ତକ୍ରାଳୀନ ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ । ମଧୁବାଳା ୧୯୩୩ ଫେବୃଆରୀ ୧୪ ତାରିଖରେ ଜନ୍ମଲାଭ କରିଥିଲେ ।