ଜାତୀୟ କୃମିନାଶକ ଦିବସ

ସୁସ୍ଥ ସମାଜ ପାଇଁ ଏକରୁ ୧୯ ବର୍ଷ ବୟସର ପୁଅଝିଅମାନେ ….

ସୁସ୍ଥ ସମାଜ ପାଇଁ ଏକରୁ ୧୯ ବର୍ଷ ବୟସର ପୁଅଝିଅମାନେ ପ୍ରତିବର୍ଷ ଫେବୃଆରୀ ୧୦ ଓ ଅଗଷ୍ଟ ୧୦ ତାରିଖ ଦିନ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର ଅବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ କୃମିନାଶକ ଔଷଧ ସେବନ କରିବା ଜରୁରୀ। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଦିନ ମାଗଣାରେ କୃମିନାଶକ ଔଷଧ ବିତରଣ କରାଯାଏ। ଦେଶବ୍ୟାପୀ ଏହି ଅଭିଯାନ ଚଳାଇବା ପଛରେ ପିଲାଙ୍କୁ ଶାରୀରିକ ଓ ବୌଦ୍ଧିକ ସ୍ତରରେ ସୁସ୍ଥ ରଖିବା। ବର୍ଷକୁ ଦୁଇଥର କୃମିନାଶକ ଔଷଧ ସେବନ କଲେ, ଶରୀର ସମସ୍ତ ପ୍ରକାର କୃମି ଦାଉରୁ ରକ୍ଷା ପାଇଥାଏ। ଦୂଷିତ ଜଳସେବନ, ବିନା ଚପଲରେ ପଡ଼ିଆରେ ମଳମୂତ୍ର ତ୍ୟାଗ, ଅସ୍ୱାସ୍ଥ୍ୟକର ପରିବେଶରେ ବସବାସ କରିବା ଫଳରେ ୧-୧୯ ବର୍ଷ ବୟସର ପୁଅଝିଅଙ୍କୁ କୃମିଜନିତ ରୋଗ ସଂକ୍ରମଣ କରିଥାଏ। ମନରୁ କାମ କରିବାର ଆଗ୍ରହ କମିଯିବା, ସାମାନ୍ୟ ଶାରୀରିକ ପରିଶ୍ରମରେ ହାଲିଆ ଅନୁଭବ କରୁଥିଲେ, ଧରିନେବେ ଯେ ଆପଣଙ୍କ ଶରୀର ଭିତରେ କୃମି ରହିଛି।