ଜାତୀୟ ପପକର୍ଣ୍ଣ ଦିବସ

ପ୍ରତିବର୍ଷ ଆଜିର ଦିନଟିକୁ ଜାତୀୟ ପପ୍‌କର୍ଣ୍ଣ ….

ପ୍ରତିବର୍ଷ ଆଜିର ଦିନଟିକୁ ଜାତୀୟ ପପ୍‌କର୍ଣ୍ଣ ଦିବସ ଭାବେ ପାଳନ କରାଯାଏ। ସ୍ନାକ୍‌ସ ଦୁନିଆରେ ପପ୍‌କର୍ଣ୍ଣ ଚାହିଦା ବେଶି। ଏହା ଶରୀରକୁ ଉପାଦେୟ, ସମସ୍ତେ ଭାରି ଭଲ ପାଆନ୍ତି।

ଇତିହାସ ପୃଷ୍ଠା ଉପରେ ଦୃଷ୍ଟି ପକାଇଲେ, ଏହିଦିନ କିଛି ବିଶିଷ୍ଟ ବ୍ୟକ୍ତି ଜନ୍ମଗ୍ରହଣ କରି ସ୍ୱୀୟ ସାଧନା ବଳରେ ଯଶସ୍ୱୀ ଅଧିକାରୀ ହୋଇପାରିଛନ୍ତି। କିଛି ବିଶିଷ୍ଟ ବ୍ୟକ୍ତିଗଣ ଦେହତ୍ୟାଗ କରିଛନ୍ତି।

ହିନ୍ଦି ଚଳଚ୍ଚିତ୍ର ଦୁନିଆରେ ଖ୍ୟାତନାମା ଊର୍ଦ୍ଦୁ କବି କୈଫି ଆଜମୀ ଆଜିର ଦିନରେ ଜନ୍ମଲାଭ କରିଥିଲେ। ୧୯୧୯ ଜାନୁଆରୀ ୧୯ ତାରିଖରେ ଅତି କମ୍‌ ବୟସରୁ ତାଙ୍କ ଲେଖନୀରୁ ଗୀତ ବାହାରିଥିଲା। ୧୯୩୫ ମସିହା ଆଜିର ଦିନରେ ବଙ୍ଗାଳୀ ଅଭିନେତା ସୌମିତ୍ର ଚାଟାର୍ଜୀ ଜନ୍ମଲାଭ କରିଥିଲେ। ନିଖୁଣ ଅଭିନୟ ବଳରେ ସେ ଲୋକପ୍ରିୟ ହୋଇପାରିଥିଲେ। ୨୦୦୧ ମସିହାରେ ସୌମିତ୍ର ଜାତୀୟ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ହେଉଛନ୍ତି ପ୍ରଥମ ବଙ୍ଗାଳୀ ବ୍ୟକ୍ତି ଯେ ଦାଦା ସାହେବ ଫାଲକେ ପୁରସ୍କାର ଲାଭ କରିଥିଲେ।