ଆତଙ୍କୀ ହମଲା: ଦୁଇ ସୁରକ୍ଷାକର୍ମୀଙ୍କ ସମେତ ଚାରିଜଣ ମୃତ

ଉତର-ପଶ୍ଚିମ ପାକିସ୍ତାନ ଅନ୍ତର୍ଗତ କୁର୍ରମ ଜିଲ୍ଲାରେ ଦୁଇଟି ଯାତ୍ରୀବାହୀ ଗାଡ଼ି ଉପରକୁ କିଛି ଆତଙ୍କୀ ଆଖିବୁଜା ଗୁଳି ଚଳାଇବା ଫଳରେ ଘଟଣାସ୍ଥଳରେ ଦୁଇଜଣ ସୁରକ୍ଷାକର୍ମୀଙ୍କ ସମେତ ଚାରିଜଣ ପ୍ରାଣ ହରାଇଛନ୍ତି ଓ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଖବର ପାଇ ପୁଲିସ, ସୁରକ୍ଷାକର୍ମୀ ଓ ଉଦ୍ଧାରକାରୀ ଦଳ ତତ୍‌କ୍ଷଣାତ୍‌ ଘଟଣାସ୍ଥଳରେ ପହଂଚି ଯାଇଥିଲେ । କିନ୍ତୁ ସେତେବେଳକୁ ଆତଙ୍କୀମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ । ମୃତ ସୁରକ୍ଷାକର୍ମୀ ଓ ଆହତଙ୍କୁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ସେନାବାହିନୀ ଓ ପୁଲିସ ପକ୍ଷରୁ ମିଳିତ ଅପରେସନ୍‌ ଆରମ୍ଭ ହୋଇଛି । ଏହି ହମ୍‌ଲା ପାଇଁ କୌଣସି ଆତଙ୍କୀ ସଂସ୍ଥା ନିଜକୁ ଦାୟୀ କରିନାହାନ୍ତି ।