ଧରା ପଡ଼ିଗଲା ମୋହନ ସରକାରଙ୍କ ହିନ୍ଦି ଶିକ୍ଷକ ଚାକିରି ନିଲାମ
ଧରା ପଡ଼ିଗଲା ମୋହନ ସରକାରଙ୍କ ହିନ୍ଦି ଶିକ୍ଷକ ଚାକିରି ନିଲାମ
ରାଜ୍ୟରେ ବିଜେପି ସରକାରଙ୍କ ଆଉ ଗୋଟିଏ ଚାକିରି ନିଲାମ କାରବାର ଫସର ଫାଟିଯାଇଛି । ମାନ୍ୟବର ହାଇକୋର୍ଟ ବିଜେପି ସରକାରଙ୍କ ଚାକିରି ବିକା ଉଦ୍ୟମକୁ ବାତିଲ କରି ଦେଇଛନ୍ତି ।
ବିଜେଡିର ଗୁରୁଚଣ୍ଡାଳ ଦୋଷକୁ ପଦାରେ ପକାଉ ପକାଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଡକାୟତଙ୍କ ସର୍ଦ୍ଦାର ପରିଚୟ ପାଇବାକୁ ଯାଉଛନ୍ତି ।
୨୦୨୪ ମସିହା ଅକ୍ଟୋବର ୨୨ ତାରିଖରେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ ପକ୍ଷରୁ ୭୧୧ ଜଣ ହିନ୍ଦି ଶିକ୍ଷକଙ୍କ ନିଯୁକ୍ତି ସଂପର୍କୀତ ବିଜ୍ଞାପନ ପ୍ରକାଶ ପାଇଥିଲା ।
ପଦବୀ ସଂଖ୍ୟାର ୫ ଗୁଣରୁ ଅଧିକ ସଂଖ୍ୟକ ଆବେଦନକାରୀ ହୋଇଥିଲେ ପ୍ରିଲିମିନାରୀ ପରୀକ୍ଷା କରାଯିବ ବୋଲି ବିଜ୍ଞାପନରେ ଜଣାଇ ଦିଆଯାଇଥିଲା ।
ବିଜ୍ଞାପନ ଅନୁସାରେ ୭୧୧ ହିନ୍ଦି ଶିକ୍ଷକ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା ୪୪୯୩ ଥିଲା ଯାହା ୭୧୧ର ୫ ଗୁଣରୁ ଅଧିକ ।
କମିଶନଙ୍କ ବିଜ୍ଞପ୍ତି ଅନୁସାରେ ପ୍ରାର୍ଥୀଙ୍କୁ ପ୍ରଥମେ ପ୍ରିଲିମିନାରୀ ପରୀକ୍ଷାରେ ବସାଯିବା କଥା । ମାତ୍ର କମିଶନ ସେପରି କିଛି ନକରି ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ ।
ସରକାରଙ୍କ ଏ ପ୍ରକାର ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟରେ ଚାଲେଂଜ କରାଯାଇଥିଲା । ହାଇକୋର୍ଟ ମାମଲାର ବିଚାର କରି ମୋହନ ସରକାରଙ୍କ ହିନ୍ଦି ଶିକ୍ଷକ ନିଯୁକ୍ତି ବାଟରେ ପ୍ରତିବନ୍ଧକ ତିଆରି କରିଦେଲେ ।
ଆଗାମୀ ତିନିମାସ ଭିତରେ ହିନ୍ଦି ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି ।
କମିଶନ ପକ୍ଷରୁ ପ୍ରକାଶିତ ହିନ୍ଦି ଶିକ୍ଷକ ପଦବୀ ପୂରଣ ବିଜ୍ଞପ୍ତି ଅନୁସାରେ ପ୍ରତ୍ୟେକ ସର୍ତ୍ତାବଳୀକୁ ପାଳନ କରିବା ପାଇଁ ହାଇକୋର୍ଟ ତାଗିଦ କରିଛନ୍ତି ।