କରୀନା ଯାହା ଖୋଜୁଥିଲେ …

ମୁମ୍ବାଇ: କରୀନା କପୁର ନିଜର ଲମ୍ବା ବଲିଉଡ କ୍ୟାରିୟରରେ ଦର୍ଶକ ତାଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିସାରିଛନ୍ତି । ନିକଟରେ ତାଙ୍କ ଅଭିନୀତ ‘ଲାଲ ସିଂ ଚଢ଼ା’ ରିଲିଜ ହୋଇଛି । ହେଲେ ନିଜର ଭବିଷ୍ୟତ ରୁଟିନ୍‌?ରେ ସେ ଆଉ ଏକ କଥାକୁ ସାମିଲ କରିଛନ୍ତି । ଏଣିକି କୁଆଡେ଼ ସେ ସମାଜସେବାରେ ନିଜକୁ ନିୟୋଜିତ ରଖିବେ । ସେପଟେ ଏକ ନୂଆ ସିନେମାରେ ଅଭିନୟ କରିବାର ଯୋଜନା ବି ରହିଛି ଯାହାର କାହାଣୀ ସମାଜସେବା ଉପରେ ପର୍ଯ୍ୟବେସିତ । ଏ ନେଇ କରୀନା କହନ୍ତି ସମାଜସେବାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି ।ନିକଟରେ ଜଣେ ନୂଆ ପ୍ରଯୋଜକ ମୋ ପାଖକୁ ଆସିଥିଲେ ଏବଂ ନିଜ ସିନେମାର କାହାଣୀ ବିଷୟରେ ସୂଚନା ଦେବା ସମୟରେ ମୁଁ ସମାଜସେବା ବିଷୟରେ ଅନେକ କଥା ଜାଣିପାରିଲି । ଖୁବଶୀଘ୍ର ଏ ନେଇ ମୁଁ ଏକ ସଂସ୍ଥା ଗଠନ କରିବାକୁ ଯାଉଛି । ଆଶା ରଖିଛି, ମୋର ଏହି ଅଭିଯାନ ସଫଳ ହେବ ।