ମୁମ୍ବାଇ : ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ବାପା ହୋଇଛନ୍ତି । ପତ୍ନୀ ହେଜେଲ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି ଯୁବରାଜ ସିଂ । ସେ କହିଛନ୍ତି ଯେ, ଭଗବାନଙ୍କ ଆଶିର୍ବାଦରୁ ଆମକୁ ପିଲାର ଶୁଖ ପ୍ରାପ୍ତି ହୋଇଛି ।
ଏଥିପାଇଁ ଇଶ୍ୱରଙ୍କୁ କୋଟି କୋଟି ଧନ୍ୟବାଦ । ସେ ଲେଖିଛନ୍ତି ଯେ, ଆମେ ଚାହୁଁଛୁ ଆପଣମାନେ ଆମ ଜୁନିୟରଙ୍କୁ ଏମିତି ଆଶିର୍ବାଦ କରନ୍ତୁ । ସୂଚନା ଥାଉକି ୨୦୧୬ରେ ଯୁବରାଜ-ହେଜେଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।