ଦର୍ଶକଙ୍କୁ ନିରାଶ କଲା ‘ଏକ ଭିଲେନ୍‌ ରିଟର୍ନସ୍‌’

ତେଣୁ ଆସନ୍ତା ସପ୍ତାହରେ ବକ୍ସ ଅଫିସରେ କଡା ଟକ୍କରର ସାମ୍ନା କରିବାକୁ ପଡିପାରେ….

ନୂଆଦିଲ୍ଲୀ : ଜନ୍‌ ଆବ୍ରାହମ୍‌, ଅର୍ଜୁନ କପୁର, ଦିଶା ପଟାନି ଏବଂ ତାର ସୁତାରିଆଙ୍କ ଅଭିନୀତ ‘ଏକ ଭିଲେନ୍‌ ରିଟର୍ନସ୍‌’ ଦର୍ଶକଙ୍କୁ ନିରାଶ କରିଛି । ଏହି ଫିଲ୍ମଟି ବକ୍ସ ଅଫିସ କଲେକସନରେ ହ୍ରାସ ହୋଇଛି । ପ୍ରଥମ ଦିନ ଭଲ କଲେକସନ କରିଥିବା ବେଳେ ଚଳଚ୍ଚ଼ିତ୍ରର ରୋଜଗାର ଆକଳନକୁ ଦେଖିଲେ ଲାଗୁଛି ଫିଲ୍ମଟି ସପ୍ତାହ ଶେଷରେ ଭଲ ଦର୍ଶକ ପାଇବା ଆବଶ୍ୟକ । କିନ୍ତୁ କାହାଣୀଟି ବଡ଼ ଷ୍ଟାରକାଷ୍ଟ ଅପେକ୍ଷା ଦର୍ଶକଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ନିର୍ମାତାମାନେ ମଧ୍ୟ ବୁଝିବା ଉଚିତ । କିନ୍ତୁ ଆସନ୍ତା ସପ୍ତାହ ଶେଷ ‘ଏକ ଭିଲେନ୍‌ ରିଟର୍ନ’ ପାଇଁ ଅଧିକ କଷ୍ଟସାଧ୍ୟ ପ୍ରମାଣିତ ହୋଇପାରେ । କାହିଁକି ନା ୧୧ରେ ଦୁଇଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ତେଣୁ ଆସନ୍ତା ସପ୍ତାହରେ ବକ୍ସ ଅଫିସରେ କଡା ଟକ୍କରର ସାମ୍ନା କରିବାକୁ ପଡିପାରେ ।