ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ବୁଲି ବୁଲି ଗୋଟିଏ ଜିନିଷ ବାଣ୍ଟୁଛନ୍ତି । ଯଦି ସାଙ୍ଗମାନେ ଭେଟ ହୋଇଗଲେ ତେବେ ସେ ପ୍ରଥମେ ଫିଟନେସ ଟିପ୍ସ ବାଣ୍ଟିବାରେ ବ୍ୟସ୍ତ । ନିକଟରେ ଶପିଂ କରିବା ସମୟରେ ତାଙ୍କର କେତେ ଜଣ ସାଙ୍ଗଙ୍କ ସହ ତାଙ୍କର ଭେଟ ହୋଇଗଲା । ମଲରୁ ବାହାରିବା ପରେ ସିଧା ଚାଲିଲେ ଏକ କାଫେକ । ସେଠାରେ କଫିର ମଜା ନେବା ସହ ଫିଟନେସ ବିଷୟରେ ବଖାଣିବାକୁ ଭୁଲି ନ ଥିଲେ । ଏ ସମ୍ପର୍କରେ ଜାହ୍ନବୀ କହନ୍ତି ଆଜିକାଲିର ବିଜି ଲାଇଫରେ ନିଜ ଫିଟନେସ ପ୍ରତି ଧ୍ୟାନ ଦେବା ଜରୁରୀ । ନ ହେଲେ ଅଯଥାରେ ଆମକୁ ରୋଗ ମାଡ଼ି ବସିବ । ପ୍ରତିଦିନ ଯେତେ ବ୍ୟସ୍ତ ରହିଲେ ମଧ୍ୟ ଏକ୍ସରସାଇଜ କରିବାକୁ ଭୁଲି ନଥାଏ । ଆଉ ସବୁବେଳେ ନିଜ ଡାଏଟିଂକୁ ନେଇ ଆଲର୍ଟ ଥାଏ । ନିଜର ଫିଟନେସ ପଛରେ ଏକ୍ସରସାଇଜ ଏବଂ ଡାଏଟିଂ ବ୍ୟତୀତର ଯୋଗର ଭୂମିକା ମଧ୍ୟ ରହିଛି ।