ଖୁବ୍‌ଶୀଘ୍ର ହାତକୁ ଦିହାତ ହେବ ଅଭିନେତ୍ରୀ କରିସ୍ମା

ମୁମ୍ବାଇ : ଖୁବଶୀଘ୍ର ଟେଲି ଅଭିନେତ୍ରୀ କରିସ୍ମା ତନ୍ନା ହାତକୁ ଦିହାତ ହେବେ । କିଛିଦିନ ହେବ ସେ ଛୋଟ ପରଦାରୁ ନିଜକୁ ବ୍ରେକ ଦେଇଥିଲେ । ଏବେ ତାଙ୍କୁ ନେଇ ନୂଆ ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁଯାୟୀ ସେ ଏକ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ ବରୁଣ ବଙ୍ଗେରାଙ୍କୁ ଡେଟ୍‌ କରୁଥିଲେ । ଏବେ ସୂଚନା ମିଳିଛି ଯେ, ଉଭୟଙ୍କର ନିର୍ବନ୍ଧ ସରିଯାଇଛି । କରିସ୍ମା-ବରୁଣ ପରସ୍ପରକୁ ଡେଟ୍‌ କରି ଆସୁଥିଲେ । ଏକାଠି ଛୁଟି କଟାଇବାଠାରୁ ଆରମ୍ଭ କରି ପରସ୍ପର ସହ ଅଧିକ ସମୟ ମଧ୍ୟ ବିତାଉଥିଲେ । ଏବେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ନେଇ କୁହାଯାଉଛି ।