ମୁମ୍ବାଇ : ବଲିଉଡ ଅଭିନେତ୍ରୀ କ୍ରିତି ସାନନ ଆଜି ତାଙ୍କର ୩୨ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ସମୟରେ କାର୍ତ୍ତିକ ଆର୍ଯ୍ୟନ ଏକ ପୋଷ୍ଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କାର୍ତ୍ତିକ ଫଟୋରେ ଅଭିନେତ୍ରୀଙ୍କୁ କେକ୍ ଖାଇବାକୁ ଦେଉଛନ୍ତି । କାର୍ତ୍ତିକ ଫଟୋ ଲେଖିଛନ୍ତି, ଝିଅ ଡାଏଟ୍ ଭାଙ୍ଗି ନାହିଁ । କେବଳ ମୋ ପାଇଁ ପୋଜ୍ ଦେଇଛି । ତେବେ ଆଗକୁ କାର୍ତ୍ତିକ ଏବଂ କ୍ରିତି ଫିଲ୍ମ ‘ଶେହଜଦା’ରେ ଏକାଠି ନଜର ଆସିବେ ।