ଚଳଚ୍ଚିତ୍ର ନିର୍ମାତାଙ୍କୁ ଚପଲରେ ପିଟିଲେ ଅଭିନେତ୍ରୀ ରୁଚି ଗୁଜ୍ଜର

ମୁମ୍ବାଇ: ଅଭିନୟ ବାବଦକୁ ବାକିଆ ପାଉଣା ପାଇ ନଥିବାରୁ ଅଭିନେତ୍ରୀ ରୁଚି ଗୁଜ୍ଜର ଚଳଚ୍ଚିତ୍ର ନିର୍ମାତା ଓ ଅଭିନେତା ମାନ ସିଂଙ୍କୁ ଚପଲରେ ମାଡ଼ ମାରିଛନ୍ତି । କିଛି ଦେଖଣାହାରୀ ରୁଚି ମାଡ଼ ମାରୁଥିବାର ଦୃଶ୍ୟ ମୋବାଇଲରେ ଉଠାଇ ସୋସିଆଲ ମିଡିଆରେ ଛାଡ଼ି ଦେଇଥିବାରୁ ତାହା କ୍ରମେ ଭାଇରାଲ ହୋଇଛି । ଏହା ପୂର୍ବରୁ ରୁଚି କରନ ସିଂ ନାମକ ଆଉ ଜଣେ ଚଳଚ୍ଚିତ୍ର ନିର୍ମାତାଙ୍କ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଘଟଣାଟି ସିନେପୋଲିସ ଥିଏଟରରେ ଘଟିଥିଲା । ଚଳଚ୍ଚିତ୍ରଟିର ସ୍ୱତନ୍ତ୍ର ପ୍ରଦର୍ଶନ ବ୍ୟବସ୍ଥା ଚାଲିଥିଲା । ରୁଚି ସାଙ୍ଗରେ କିଛି ଲୋକଙ୍କୁ ଧରି ସେଠାରେ ପହଂଚିଥିଲେ । ପ୍ରଯୋଜକଙ୍କ ସହିତ ଯୁକ୍ତିତର୍କ କରିଥିଲେ, କ୍ରୋଧାନ୍ଧ ହୋଇ ଗୋଡ଼ରୁ ଚପଲ କାଢ଼ି ପ୍ରଯୋଜକଙ୍କ ଗାଲକୁ ଗାଲକୁ କଷି ଦେଲେ ।

କେବଳ ସେତିକିରେ ରୁଚି ଥଣ୍ଡା ପଡ଼ିଲେନି । ସାଙ୍ଗରେ ଆଣିଥିବା ଲୋକଙ୍କ ସହଯୋଗରେ ଘଟଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀଙ୍କ ହାତରେ ଥିବା ପ୍ଲାକାର୍ଡରେ ପ୍ରଯୋଜକଙ୍କ ଫଟୋ ଥିଲା, ଫଟୋ ଉପରେ ଲାଲ ରଙ୍ଗରେ ଛକି ପକା ଯାଇଥିଲା ।