ମନକଥା କହିଲେ ଅଭିନେତ୍ରୀ ଶିଳ୍ପା ଶିରୋଦକର

ଏକଦା ବଲିଉଡ୍‌ରେ ମିଥୁନ ଚକ୍ରବର୍ତୀଙ୍କ ଭଳି ଅଭିନେତାଙ୍କ ସହିତ କାମ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅଭିନେତ୍ରୀ ଶିଳ୍ପା ଶିରୋଦକର ଦୀର୍ଘ ଦିନ ଧରି ରୂପେଲି ପରଦାରୁ ଦୂରେଇ ରହିବା ପରେ ପୁଣି ଗଣମାଧ୍ୟମକୁ ମଣ୍ଡନ କରିଛନ୍ତି । ଏଥର ଶିଳ୍ପା ତାଙ୍କ ସ୍ୱାମୀଙ୍କ ସଂପର୍କରେ କହିଛନ୍ତି । ଶିଳ୍ପା କହିଛନ୍ତି, ମୁଁ ଦଶମ ଫେଲ୍ । ମୋ ସ୍ୱାମୀ ଜଣେ ବ୍ୟାଙ୍କର । ଡବଲ୍ ଏମ୍‌ବିଏ । ତାଙ୍କ ପାଖରେ ଠିଆ ହୋଇ ମୁଁ କେବେ ନିଜକୁ ନ୍ୟୁନ ମଣିନାହିଁ ।

ଜୀବନରେ ଏଭଳି ସୁନ୍ଦର ଲୋକଟିଏ ପାଇବି ବୋଲି ଆଶା କରି ନଥିଲି । ତାଙ୍କ ସହିତ ନୂଆ ଜୀବନ ଆରମ୍ଭ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ବିଡ଼ମ୍ବନାର ବିଷୟ ହେଉଛି, ବିବାହ ପରେ ମୋତେ ଦେଶ ଛାଡ଼ିବାକୁ ପଡ଼ିଲା ।

ବିବାହ ପରେ ଭାରତରେ ରହିଥିଲେ, ଅଭିନୟ ବନ୍ଦ କରି ନଥାନ୍ତି । ଏଠାରେ ଜଣାଇ ଦେଉଛୁ, ଶିଳ୍ପାଙ୍କ ସ୍ୱାମୀ ଅପରେଶ ରଞ୍ଜିତ ନେଦରଲାଣ୍ଡରେ ପଢୁଥିଲା ବେଳେ ଶିଳ୍ପାଙ୍କ ସଂସ୍ପର୍ଶରେ ଆସିଥିଲେ । ଅପରେଶ ପାଠ ପଢୁଥିଲା ବେଳେ ଶିଳ୍ପାଙ୍କୁ ବିବାହ କଲେ । ଦୁହେଁ କଠିନ ସଂଘର୍ଷ କରି ସଫଳତା ହାସଲ କରିଥିଲେ । ଶିଳ୍ପାଙ୍କ ମତରେ ଅପରେଶ ଅତ୍ୟନ୍ତ ସଚ୍ଚୋଟ, ସାଧାସିଧା, ଆଡମ୍ବରକୁ ସେତେ ପସନ୍ଦ କରନ୍ତିନି । କୋଳାହଳଠାରୁ ବହୁତ ଦୂରରେ ରହିବାକୁ ଭଲ ପାଆନ୍ତି ।