ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜଙ୍କ ଉପରେ ଆଧାରିତ ବାୟୋପିକ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ତାପସୀ ପନୁ । ଅଭିନେତ୍ରୀ ତାପସୀ ନିକଟରେ ସାବାସ ମିଠୁ’ର ଟିଜର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ଏହି ଭିଡିଓରେ ତାପସୀ ଡ୍ରେସିଂ ରୁମ ସହ ମିତାଲିଙ୍କ ଜର୍ସିରେ ପଡିଆ ଭିତରେ ଏଣ୍ଟ୍ରି କରୁଥିବାବେଳେ ଦର୍ଶକ ତ୍ରିରଙ୍ଗା ପତାକା ସହ ତାଙ୍କର ସ୍ୱାଗତ କରୁଛନ୍ତି । ଅଭିନେତ୍ରୀ ତାପସୀଙ୍କ ବ୍ୟତୀତ ଏହି ସିନେମାରେ ପ୍ରମୁଖ ଭୂମିକାରେ ନଜର ଆସିବେ ଅଭିନେତା ବିଜୟ ରାଜ । ତେବେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀଜିତ ମୁଖାର୍ଜୀ । କିନ୍ତୁ ଏହି ଚଳଚ୍ଚିତ୍ର କେବେ ରିଲିଜ ହେବ ସେ ନେଇ ସ୍ପଷ୍ଟ ହୋଇନାହିଁ ।