ଫିଲ୍ମ ‘ଫ୍ରେଡି’ରେ ଅଲାୟାଙ୍କ ଏଣ୍ଟ୍ରି

ଅଲାୟା ସାଧାରଣତଃ ପ୍ରତ୍ୟେକ କାମ ପୂର୍ବରୁ ପୂର୍ଣ୍ଣ ପ୍ରସ୍ତୁତ ହୋଇଥାନ୍ତି….

ନୂଆଦିଲ୍ଲୀ: କାର୍ତ୍ତିକଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଫ୍ରେଡି’। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ନଜର ଆସିବେ ଅଲାୟା ଏଫ୍‌ । ତେବେ ଫିଲ୍ମରେ ନିଜ ଭୂମିକା ପାଇଁ ପ୍ରସ୍ତୁତ ହେବାକୁ ସେ ସମୟ ପାଇନଥିଲେ । ପଛକୁ ପଛ କାମ ଏହାର କାରଣ ବୋଲି ସେ କହିଛନ୍ତି । ଚଣ୍ଡିଗଡ଼ରେ ସେ ଏକ ପ୍ରୋଜେକ୍ଟର ସୁଟିଂ କରୁଥିଲେ, ଯାହାର କାମ ଅବଧି ବଢ଼ାଇ ଦିଆଗଲା । ସେଠାରୁ ସୁଟିଂ ଶେଷ କରି ପର ଦିନ ‘ଫ୍ରେଡି’ ସେଟ୍‌ରେ ପହଞ୍ଚିଲେ । ଅଲାୟା ସାଧାରଣତଃ ପ୍ରତ୍ୟେକ କାମ ପୂର୍ବରୁ ପୂର୍ଣ୍ଣ ପ୍ରସ୍ତୁତ ହୋଇଥାନ୍ତି । ପ୍ରସ୍ତୁତିରେ ସେ ବହୁତ ସହଜ ମନେକରନ୍ତି। କିନ୍ତୁ ‘ଫ୍ରେଡି’ ମାମଲାଟି ସମ୍ପୂର୍ଣ୍ଣ ଭିନ୍ନ ଥିଲା ।

ସୁଟିଂ ସେଟ୍‌ରେ ହିଁ ସେ ପ୍ରସ୍ତୁତ ହେଲେ । କିନ୍ତୁ ଭାଗ୍ୟବଶତଃ ପ୍ରତିଭାସମ୍ପନ୍ନ ଓ ଦକ୍ଷ ଲୋକଙ୍କ ଟିମ୍‌ରେ ସାମିଲ ହୋଇଥିବାରୁ ସେମାନଙ୍କ ସମର୍ଥନ ଓ ମାର୍ଗଦର୍ଶନରେ ତାଙ୍କ କାମ ସହଜ ହୋଇଥିଲା । ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ ଓ ଅଲାୟା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।