ବିଜ୍ଞାପନ ବିବାଦରେ ଅଲି ଅର୍ଜୁନ

ନୂଆଦିଲ୍ଳୀ : ବିଜ୍ଞାପନକୁ ନେଇ ବିବାଦରେ ସାଉଥ୍‌ ଅଭିନେତା ଅଲି ଅର୍ଜୁନ । ଅଲୁ ଅର୍ଜୁନଙ୍କର ଏକ ବିଜ୍ଞାପନକୁ ନେଇ ବିରୋଧ କରିଛି ତେଲେଙ୍ଗାନା ରାଜ୍ୟର ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ । ଟିଏସଆରଟିସି କର୍ମଚାରୀ ଏବଂ ଯାତ୍ରୀଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ଟିଏସଆରଟିସି ମୁଖ୍ୟ ଅଲୁଙ୍କ ଏହି ବିଜ୍ଞାପନକୁ ମଧ୍ୟ ବିରୋଧ କରିଛନ୍ତି । ଆରଟିସି ବସ୍‌ରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ମଧ୍ୟ ଏହି ବିଜ୍ଞାପନକୁ ପସନ୍ଦ କରିନାହାନ୍ତି ।

ଅଲୁଙ୍କ ଏହି ବିଜ୍ଞାପନ ୟୁଟ୍ୟୁବରେ କିଛି ଦିନ ତଳେ ପ୍ରସାରିତ ହୋଇଥିଲା । ଏହି ବିଜ୍ଞାପନରେ ସେ ଜଣେ ଦୋସା ବିକାଳି ଚରିତ୍ରରେ ନଜର ଆସିଛନ୍ତି । ସେ ଜଣେ ଗ୍ରାହକଙ୍କୁ ରାଜ୍ୟର ବସ ଗୁଡିକ ଠିକଣା ସ୍ଥାନରେ ପହଞ୍ଚାଇବା ପାଇଁ ଅଧିକ ସମୟ ନିଅନ୍ତି । କିନ୍ତୁ ଆପ ଜରିଆରେ ବାଇକରେ ବସି ଶୀଘ୍ର ପହଞ୍ôଚବା ସହ ବସ ଭିଡରୁ ରକ୍ଷା ପାଇପାରିବେ ବୋଲି କହୁଥିବା ଦେଖିବାକୁ ମିଳିଛି । ପରେ ଏହି ବିଜ୍ଞାପନରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ବିରବସାରାମ ମାର୍ଗରେ ଠିଆ ହୋଇ ଆନ୍ଧ୍ରପ୍ରଦେଶର ସରକାରୀ ବସ ଆଡକୁ ସୂଚିତ କରିଥିବା ମଧ୍ୟ ଦେଖାଦେଇଛି । ଏବେ ଏହାକୁ ନେଇ ବିବାଦ ଦେଖାଦେଇଥିବା ଜଣାପଡିଛି । ତେଣୁ ଏମିତି ବିଜ୍ଞାପନକୁ ପ୍ରମୋଟ କରିଥିବାରୁ ଅଲୁ ଅର୍ଜୁନଙ୍କୁ ନୋଟିସ ପଠାଯିବ ବୋଲି ଜଣାପଡିଛଇ ।