୨୦୨୫ କାନ୍ସରେ ଡେବ୍ୟୁ କରିବେ ଆଲିଆ ଭଟ୍ଟ

ମୁମ୍ବାଇ: ଗତବର୍ଷ ମେଟ୍ ଗାଲାରେ ଚମତ୍କାର ପ୍ରଦର୍ଶନ କରିବା ପରେ, ବଲିଉଡ୍ ଷ୍ଟାର ଆଲିଆ ଭଟ୍ଟ ଏବେ ଅନ୍ତର୍ଜାତୀୟ ମଞ୍ଚରେ ଆଉ ଏକ ସଫଳତା ପାଇଁ ପ୍ରସ୍ତୁତ ହେଉଛନ୍ତି ।

‘ରାଜି’ ଅଭିନେତ୍ରୀ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି ଯେ ସେ ପ୍ରତିଷ୍ଠିତ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୧୫ ରେ ଡେବ୍ୟୁ କରିବେ, ପୂର୍ବ ବର୍ଷଗୁଡ଼ିକରେ ରେଡ୍ କାର୍ପେଟରେ ସ୍ଥାନ ପାଇଥିବା ଭାରତୀୟ ଆଇକନମାନଙ୍କ ସହିତ ଯୋଗଦେବେ । ମୁମ୍ବାଇରେ ଏକ ସମ୍ପ୍ରତି ଗଣମାଧ୍ୟମ ସହିତ ଆଲୋଚନା ସମୟରେ, ଆଲିଆ ଏହି ରୋମାଞ୍ଚକର ଖବର ସେୟାର କରି କହିଥିଲେ, “ମୁଁ ଏହାର ଅପେକ୍ଷା କରୁଛି ।”

୭୮ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ, ଯାହା ୧୩ ମଇ ରୁ ୨୪ ମଇ, ୨୦୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଭାରତୀୟ ତାରକାମାନଙ୍କ ପାଇଁ ଦୀର୍ଘ ଦିନ ଧରି ଏକ ପ୍ରସିଦ୍ଧ କାର୍ଯ୍ୟକ୍ରମ ହୋଇଆସିଛି । ବର୍ଷ ବର୍ଷ ଧରି, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଦୀପିକା ପାଦୁକୋନ ଏବଂ ସୋନମ କପୁରଙ୍କ ପରି ବ୍ୟକ୍ତିତ୍ୱ ନିୟମିତ ଯୋଗ ଦେଇ ଆସୁଛନ୍ତି । ଏବେ, ଆଲିଆ ଏହି ଚମତ୍କାର ତାଲିକାରେ ନିଜ ନାମ ଯୋଡିବାକୁ ଯାଉଛନ୍ତି ।

03:30 PM