ମୁମ୍ବାଇ: ବଲିଉଡ ଚଳଚ୍ଚ଼ିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ଝିଅ ଆଲିୟା କଶ୍ୟପ ଇଣ୍ଡଷ୍ଟ୍ରିରୁ ଦୂରରେ ଥିଲେ ମଧ୍ୟ ସର୍ବଦା ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି । ତାଙ୍କର ସୋସିଆଲ ମିଡିଆରେ ଫ୍ୟାନ୍ସ ଫଲୋଅର୍ସ କେଉଁ ସୁପରଷ୍ଟାରଙ୍କ ଠାରୁ କମ ନୁହେଁ । କେତେବେଳେ ଫଟୋ ତ କେତେବେଳେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି ଆଲିଆ । ପୂର୍ବରୁ ଆଲିଆ ପୁଣି ଡେଟିଂ ଆପ ପାଇଁ ଚର୍ଚ୍ଚାରେ ଆସିଥିଲେ । ଏବେ କିନ୍ତୁ ଆଲିୟା ତାଙ୍କର ପ୍ରଥମ କିସ ବିଷୟରେ ଖୁଲାସା କରିଛନ୍ତି । ଯେଉଁଥିରେ ଅବନ୍ତୀ ନାଗରାଲର ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ସେୟାର କରାଯାଇଥିଲା । ଆଲିଆ ସେଥିରେ ତାଙ୍କ ପ୍ରଥମ କିସ ବିଷୟରେ କିଛି କହୁଥିବାର ଦେଖିବାକୁ ମିଳିଛି । ସେହି ଭିଡିଓରେ ତାଙ୍କର ବୟଫ୍ରେଣ୍ଡଙ୍କ ସହ ନଜର ଆସିଥିଲେ । ଭିଡିଓରେ କିଭଳି ତାଙ୍କ ବୟଫ୍ରେଣ୍ଡଙ୍କ ସହ ଏକ ଡେଟିଙ୍ଗ ଆପରେ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏହା ସହ ତାଙ୍କର ପ୍ରଥମ ଅନୁଭବ କଣ ରହିଥିଲା ଏବଂ ସେ ୧୪ ବର୍ଷ ବୟସରେ ପ୍ରଥମ ଥର ପାଇଁ କିସ କରିଥିବା କଥା କହିଥଲେ ।