ବେବି ବମ୍ପରେ ଆଲିଆଙ୍କ ଲାଟେଷ୍ଟ ଲୁକ

ନିକଟରେ ଆଲିଆଙ୍କର କିଛି ଫଟୋ ସାମ୍ନାକୁ ଆସିଥିବା ବେଳେ …

ମୁମ୍ବାଇ: ନିକଟରେ ଆଲିଆଙ୍କର କିଛି ଫଟୋ ସାମ୍ନାକୁ ଆସିଥିବା ବେଳେ ସେଥିରେ ସେ ବେବି ବମ୍ପ ପ୍ଲାଣ୍ଟ କରୁଥିବା ନଜର ଆସିଛି । ଆଲିଆ ଇନଷ୍ଟାଗ୍ରାମ ହ୍ୟାଣ୍‌ଡେଲରେ ଯେଉଁ ଫଟୋ ଶେୟାର କରିଛନ୍ତି ତାହା ଏବେ ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସୁଛି । ଆଲିଆ ଯେଉଁ ଫଟୋ ଶେୟାର କରିଛନ୍ତି ଏହା କିଛିଦିନ ପୂର୍ବର ବୋଲି କୁହାଯାଉଛି । ଏହି ଫଟୋରେ ଆଲିଆ ପିଙ୍କ ଟପ, ବ୍ଲାକ ବ୍ରେସ କୋଟ ଓ ବ୍ଲାକ ପ୍ୟାଣ୍ଟରେ ଖୁବ ସୁନ୍ଦର ଲାଗୁଛନ୍ତି । ଏହାସହ ଏହି ଫଟୋରେ ଆଲିଆଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ନଜର ଆସୁଛି । ସୋସିଆଲ ମିଡିଆରେ ଆଲିଆଙ୍କ ଏହି ଫଟୋକୁ ଖୁବ୍‌ ପସନ୍ଦ କରାଯାଉଛି ।