କେବିସି-୧୨ ସୁଟିଂ ଆରମ୍ଭ କଲେ ଅମିତାଭ

ମୁମ୍ବାଇ: ୭୭ ବର୍ଷ ବୟସରେ ବି ନିଜ ପେସା ପ୍ରତି କେତେ ସମର୍ପିତ ଏ କଥା ପ୍ରମାଣିତ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ନିକଟରେ କରୋନାରୁ ସୁସ୍ଥ ହୋଇଥିବା ଅମିତାଭ୍ ଇତିମଧ୍ୟରେ ସୋନି ଟିଭିର ଲୋକପ୍ରିୟ ଟକ୍ ସୋ କେବିସି ୧୨ ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ଯାହା ତାଙ୍କର ପ୍ରସଂଶକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

Question 5 of KBC 12 Registration [13th May 2020] with its Right ...

ସୁଟିଂ ସେଟରୁ ଏକ ଫଟୋ ନିଜର ଇନଷ୍ଟାଗ୍ରାମ୍ ପୃଷ୍ଠାରେ ସେୟାର କରିଛନ୍ତି ଅମିତାଭ। କ୍ୟାପ୍ସନରେ ସେ ଲେଖିଛନ୍ତି, ‘କାମକୁ ଫେରଲି। ଏଠି ନୀଳ ପିପିଇ କିଟର ଏକ ସମୁଦ୍ର ସୃଷ୍ଟି ହୋଇଛି। ୨୦୦୦ ମସିହାରେ କେବିସି ସୁଟିଂ ଆରମ୍ଭ କରିଥିଲି। ଏବେ ୨୦୨୦ ହୋଇଗଲା। ୨୦ ବର୍ଷର ସୁନ୍ଦର ସ୍ମୃତି ସାରା ଜୀବନ ପାଇଁ’।

ସୂଚନାଯୋଗ୍ୟ, କେବଳ ଜୟାଙ୍କୁ ଛାଡ଼ି ପୁରା ବଚ୍ଚନ ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ନିଜେ ବିଗ୍ ବି ତିନି ସପ୍ତାହ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହଠାତ୍ ସୁସ୍ଥ ହୋଇ କାର୍ଯ୍ୟକ୍ଷେତ୍ରକୁ ଫେରିବାର ତାଙ୍କର ପଦକ୍ଷେପ ଅନ୍ୟମାନଙ୍କୁ ପ୍ରେରିତ କରିଛି।