ବୟସର ଅପରାହ୍ଣରେ ପହଂଚିଲେ ମଧ୍ୟ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଗୁରୁଗମ୍ଭୀର ଡାଇଲଗ ବିଶ୍ରାମ ନେଇନି । ତେଣୁ ଛୋଟ ପରଦାରେ ତାଙ୍କର ଚାହିଦା ଏବେ ମଧ୍ୟ ନମ୍ବର ୱାନରେ ରହିଛି । କୌନ ବନେଗା କରୋଡ୍ପତିର ପ୍ରତିଟି ଏପିସୋଡ୍ ପାଇଁ ଅମିତାଭ ପାଉଛନ୍ତି ୫ କୋଟି ଟଙ୍କା । କେବିସିର ସପ୍ତଦଶତମ ସଂସ୍କରଣରେ ଅମିତାଭ ଏପିସୋଡ୍ ପିଛା ୫ କୋଟି ଟଙ୍କା ନେଇଥିବାର ଜଣାପଡ଼ିଛି । ପ୍ରତି ସପ୍ତାହରେ ୫ ଥର ପ୍ରସାରିତ ହେଉଛି ‘କୌନ ବନେଗା କରୋଡ୍ପତି’ । ସେହି ଅନୁସାରେ ଅମିତାଭଙ୍କ ସାପ୍ତାହିକି ରୋଜଗାର ୨୫ କୋଟି ଟଙ୍କାକୁ ଛୁଇଁଛି । ଅମିତାଭଙ୍କ ତଳକୁ ରହିଛନ୍ତି ସଲମାନ । ବିଗ୍ବସ୍ ଏପିସୋଡ୍ ପିଛା ସଲମାନ ୧୨ କୋଟି ଟଙ୍କା ନେଉଛନ୍ତି । କିନ୍ତୁ ସପ୍ତାହକୁ ଦୁଇଥର ବିଗ୍ବସ୍ ପ୍ରସାରିତ ହେଉଥିବାରୁ ସଲମାନଙ୍କ ସାପ୍ତାହିକି ରୋଜଗାର ୨୪ କୋଟି ଟଙ୍କା ।