ନ୍ୟୁଡ୍ ଫଟୋ ସେୟାର କରି ଚର୍ଚ୍ଚାରେ ଆମି ଜ୍ୟାକସନ

ମୁମ୍ବାଇ : ବଲିଉଡରେ ଅଭିନେତ୍ରୀ ଆମି ଜ୍ୟାକସନ୍ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ଆମିଙ୍କ ଏକ ଫଟୋରେ ଟପଲେସ୍ ନଜର ଆସିଛନ୍ତି। ଏହା ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି।

ଆମି ନିକଟରେ ନିଜର ଏକ ସୁନ୍ଦର ଫଟୋଶୁଟ୍ କରାଇଥିଲେ। ସେହି ଫଟୋଶୁଟରୁ ଆମି ଗୋଟିଏ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଥିଲେ। ଫଟୋରେ ଆମି ଅତ୍ୟଧିକ ବୋଲ୍ଡ ଅବତାରରେ ନଜର ଆସିଛନ୍ତି। ଆମିଙ୍କ ଏହି ଟପଲେସ୍ ଫଟୋକୁ ୪ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଛି। ତାଙ୍କ ପ୍ରଶଂସକ ମଧ୍ୟ ଏହି ଫଟୋରେ ଭିନ୍ନ ଭିନ୍ନ ପ୍ରତିକ୍ରିୟାଦେଉଛନ୍ତି। ଆମି ଜ୍ୟାକସନ ସୋସିଆଲ୍ ମିଡିଆରେ ନିଜର ବର୍ଷକର ପୁଅର ମଧ୍ୟ ଅନେକ ଫଟୋ ସେୟାର କରିଛନ୍ତି।

ଗତ କିଛିଦିନ ପୂର୍ବରୁ ଅଭିନେତା ମିଲିନ୍ଦ ସୋମନ ମଧ୍ୟ ନିଜର ନ୍ୟୁଡ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଜନ୍ମଦିନ ଅବସରରେ ସେ ବିଚ୍‌ରେ ଦୌଡ଼ୁଥିବାବେଳେ ନିଜର ଏକ ଫଟୋ ସେୟାର କରିଥିଲେ। କିନ୍ତୁ ସେହି ଗୋଟିଏ ଫଟୋ ଯୋଗୁଁ ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।