ବିବାହ କରିବେ ଅନନ୍ୟା ପାଣ୍ଡେ!

ମୁଁ ପ୍ରତ୍ୟେକ ଦିନକୁ ସମାନ ପରି ଦେଖେ….

ମୁମ୍ୱାଇ : ଅନନ୍ୟା ପାଣ୍ଡେ ବଲିଉଡ ଅଭିନେତା ଆଦିତ୍ୟ ରୟ କପୁରଙ୍କୁ ଡେଟ୍‌ କରୁଛନ୍ତି । ବର୍ତ୍ତମାନ ଆଦିତ୍ୟଙ୍କ ବିବାହ ଯୋଜନା କରୁଥିବା ସେ କହିଥିଲେ । ଆଦିତ୍ୟ ରୟ କାପୁର ମଧ୍ୟ ତାଙ୍କ ବିବାହ ଯୋଜନା ବିଷୟରେ କହିଛନ୍ତି । ଆଦିତ୍ୟ କହିଛନ୍ତି ମୁଁ ବିବାହରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରେ । ମୁଁ ପ୍ରତ୍ୟେକ ଦିନକୁ ସମାନ ପରି ଦେଖେ । ତେଣୁ ଯଦି ବିବାହ କରିବାକୁ ପଡେ, ତେବେ ନିଶ୍ଚୟ କରିବି । ମୁଁ ଏପର୍ଯ୍ୟନ୍ତ କୌଣସି ଯୋଜନା କରିନାହିଁ । ଆଦିତ୍ୟ ରୟ କାପୁର ଏବଂ ଅନନ୍ୟା ଆନୁଷ୍ଠାନିକ ଭାବେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରିନାହାଁନ୍ତି । କିନ୍ତୁ ସେମାନଙ୍କ ସମ୍ପର୍କର ଖବର ସହରର ଚର୍ଚ୍ଚା ହୋଇ ରହିଛି ।