ପୁଣି ମା’ ହେବେ ଡିମ୍ପି ଗାଙ୍ଗୁଲି

ମୁମ୍ବାଇ: ଡିମ୍ପି ଗାଙ୍ଗୁଲି ତୃତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି । ଏଇ ଖୁସିି ଖବର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଡିମ୍ପି ତାଙ୍କ ଦୁଇ ପିଲାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ରାହୁଲ ମହାଜନଙ୍କ ଠାରୁ ଛାଡପତ୍ର ନେବା ପରେ ଡିମ୍ପି ତାଙ୍କ ବନ୍ଧୁ ରୋହିତଙ୍କ ସହ ବିବାହ କରିଥିଲେ । ସେହିପରି ଡିମ୍ପି ଆହୁରି ଲେଖିଛନ୍ତି ଯେ, ଯେଉଁ ପ୍ରେମ ମୋତେ ସନ୍ତୁଷ୍ଟ କରେ, ତାହା ମୋ ପିଲାମାନଙ୍କ ଠାରୁ ମୋତେ ମିଳିଥାଏ । ମା’ ଦୁନିଆର ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବ ।

ସୂଚନାଯୋଗ୍ୟ ଯେ, ରାହୁଲ ମହାଜନଙ୍କଠାରୁ ଅଲଗା ହେବା ପରେ ଡିମ୍ପି ଗାଙ୍ଗୁଲି ଦୁବାଇର ଏକ ବ୍ୟବସାୟୀ ରୋହିତ ରୟଙ୍କୁ ବିବାହ କରିଥିଲେ । ବିବାହର ପରେ ଉଭୟଙ୍କର ଗୋଟିଏ ଝିଅଓ ଗୋଟିଏ ପୁତ୍ର ସନ୍ତାନ ଅଛି । ଆଉ ଏବେ ପୁଣି ତୃତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି ବୋଲି ଜଣାପଡିଛି ।